ଅବିଭକ୍ତ କୋରାପୁଟ ଜିଲ୍ଲାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା ଦାବିରେ ବନ୍ଦ ଡାକରା

କୋରାପୁଟ: ଅବିଭକ୍ତ କୋରାପୁଟ ଜିଲ୍ଲାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା ଦାବିରେ ଆଜି ୪ ଜିଲ୍ଲାରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ଡାକରା ଦିଅଯାଇଛି।

ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ଏହି ବନ୍ଦ ପାଳନ ହେଉଛି। ବିଭିନ୍ନ ଜିଲ୍ଲାର ଓକିଲ ସଂଘ ସହ ବୈଠକ ପରେ ମିଳିତ କ୍ରିୟାନୁଷ୍ଠାନ କମିଟି ଏହି ବନ୍ଦ ପାଳନ କରୁଛି।

ବାରମ୍ବାର ଦାବି ସତ୍ତ୍ୱେ ସରକାର କୌଣସି ପଦକ୍ଷେପ ନେଉନଥିବାରୁ ଏହାର ପ୍ରତିବାଦରେ ୪ ଜିଲ୍ଲାରେ ବନ୍ଦ ପାଳନ କରାଯାଉଛି ବୋଲି କମିଟି ପକ୍ଷରୁ କୁହାଯାଇଛି।

ଫଳରେ ଦୋକାନ ବଜାର ବନ୍ଦ ରହିଛି। ତେବେ ଜରୁରୀକାଳୀନ ସେବାକୁ ଏହି ବନ୍ଦରୁ ବାଦ୍‌ ଦିଆଯାଇଛି।

You might also like