ଅମର୍ଦ୍ଦା ଏୟାରଷ୍ଟ୍ରିପ୍‌ର ପୁନଃରୁଦ୍ଧାର ଦାବି

ଜାତୀୟ ରାଜପଥ ଅବରୋଧ କଲା JMM

ବାରିପଦା : ବାରିପଦାର ଅମର୍ଦ୍ଦା ଏୟାରଷ୍ଟ୍ରିପ୍‌କୁ ପୁଣି ଥରେ କାର୍ଯ୍ୟକ୍ଷମ କରିବା ଦାବିରେ ଜେଏମ୍ଏମ୍‌ର ଅାନ୍ଦୋଳନ। ଏହି ଦଳ ପକ୍ଷରୁ ଅାଜି ବାରିପଦା ଦେଇ ଯାଇଥିବା ରାଜପଥ ଅବରୋଧ କରାଯାଇଛି।  ଜେଏମ୍ଏମ୍ କର୍ମୀମାନେ ବାରିପଦା, ପାଲବଣି, ବୈଶିଙ୍ଗା, ବେତନଟୀ ସମେତ ବାଲେଶ୍ୱରର କିଛି ସ୍ଥାନରେ ମଧ୍ୟ ରାସ୍ତା ଅବରୋଧ କରିଛନ୍ତି।

ଏହା ଦ୍ୱାରା ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି।  ଅମର୍ଦ୍ଦା ଏୟାରଷ୍ଟ୍ରିପ୍ ଏସିଅାର ସର୍ବବୃହତ ଏୟାରଷ୍ଟ୍ରିପ୍ ହୋଇଥିଲେ ମଧ୍ୟ ଅବହେଳିତ ହୋଇ ରହିଛି।  ଏହାର ପୁନଃରୁଦ୍ଧାର ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉଥିବା ଅଭିଯୋଗ କରିଛି ଜେଏମ୍ଏମ୍।

You might also like