ରାୟଗଡ଼ା : ରାୟଗଡ଼ା ଜେ.କେ ପେପର ମିଲରେ ୧୪ ଦଫା ଦାବି ପୂରଣ ନେଇ ଠିକା ଶ୍ରମିକ ଓ କର୍ମଚାରୀ ସଂଘର ଅାନ୍ଦୋଳନ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ତେବେ କମ୍ପାନୀ ଗେଟଅାଗରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଛନ୍ତି ଶ୍ରମିକ। ଶନିବାର ଦୁଇ ସଂଘ ବିଶାଳ ରାଲି କରି କମ୍ପାନୀ ଅାଗରେ ସଭା କରିଥିଲେ।
ଏହାପରେ ଜିଲ୍ଲା ପ୍ରଶାସନ ସେମାନଙ୍କ ସହ ଅାଲୋଚନା କରିଥିଲା। ଏହାପରେ ଦୁଇ ସଂଘ ଅାନ୍ଦୋଳନକୁ ସାମୟିକ ସ୍ଥଗିତ ରଖିଥିବା କହିଛନ୍ତି । ସୋମବାର ଶ୍ରମ ବିଭାଗର ତତ୍ତ୍ୱାବଧାନରେ ଦାବି ଗୁଡ଼ିକୁ ନେଇ କମ୍ପାନୀ ସହ ବୁଝାମଣା ଥିବାରୁ ଦୁଇ ସଂଘ ଅାନ୍ଦୋଳନକୁ ସ୍ଥଗିତ ରଖିଥିବା ବେଳେ କମ୍ପାନୀ ଗେଟ ଅାଗରେ ଶାନ୍ତିପୂର୍ଣ୍ଣ ଧାରଣା ଜାରି ରଖିଛନ୍ତି।