ପୁଣି ଖୋଲିଲା JK ପେପର ମିଲ୍

ତ୍ରିପାକ୍ଷିକ ଅାଲୋଚନା ପରେ ବାହାରିଲା ସମାଧାନର ବାଟ

ରାୟଗଡ଼ା  : ଖୋଲିଲା ରାୟଗଡ଼ା ଜିଲ୍ଲାର JK ପେପର ମିଲ୍ । କିଛି ସମୟ ତଳେ କମ୍ପାନୀ କର୍ତ୍ତୃପକ୍ଷ କାରଖାନାର ତାଲା ଖୋଲିଛନ୍ତି।  ଅାନ୍ଦୋଳନ ପ୍ରତ୍ୟାହାର ପାଇଁ ଶ୍ରମିକ ସଂଘର ନିଷ୍ପତ୍ତି ପରେ କାରଖାନାର ତାଲା ଖୋଲିଛି। ଗତକାଲି ବିଳମ୍ବିତ ରାତିରେ ଜିଲ୍ଲା ପ୍ରଶାସନର ଉଦ୍ୟମରେ ତ୍ରିପାକ୍ଷିକ ଅାଲୋଚନା ପରେ ସାମାଧାନର ବାଟ ଫିଟିଥିଲା।

ଜିଲ୍ଳାପାଳ ଗୁହା ପୁନମ ତାପସ କୁମାର, ଏସପି ରାହୁଲ ପିଅାର, ଏଡିଏମ, ଡେପୁଟି ଶ୍ରମ କମିଶନର ଠିକା କର୍ମଚାରୀ ସଂଘ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହିତ ଅାଲୋଚନା କରିଥିଲେ। ବୈଠକରେ ଉଭୟ ପକ୍ଷ ମଧ୍ୟରେ ବୁଝାମଣା ଅନୁସାରେ ଶ୍ରମିକମାନେ ଅାନ୍ଦୋଳନ ପ୍ରତ୍ୟାହାର କରି କାମରେ ଯୋଗ ଦେବାକୁ ରାଜି ହୋଇଥିଲେ । ୧୩ ଦଫା ଦାବି ନେଇ ଶ୍ରମିକଙ୍କ ଅାନ୍ଦୋଳନ ଯୋଗୁଁ ୩୧ ତାରିଖରୁ କମ୍ପାନୀ କର୍ତ୍ତୃପକ୍ଷ ତାଲା ପକାଇଥିଲେ।

You might also like