• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର:ଜିଓର ଦୀପାବଳି ଅଫରରେ ଗ୍ରାହକଙ୍କୁ ମାତ୍ର ୬୯୯ ଟଙ୍କାରେ ଜିଓ ଫୋନ ଉପଲବ୍ଧ କରାଉଥିଲା । ଏବେ ଏହି ଅବଧିକୁ କମ୍ପାନୀ ବଢାଇ ଦେଇଛି। ଜିଓ ଫୋନର ରେକର୍ଡ ବିକ୍ରିକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ପକ୍ଷରୁ ଏହି ସ୍ୱତନ୍ତ୍ର ଉତ୍ସବ ଅଫରର ଅବଧିକୁ ନଭେମ୍ୱର ଶେଷ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।

ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳର ନିୟୁତାଧିକ ୨ଜି ଗ୍ରାହକଙ୍କୁ ଏକ ଡିଜିଟାଲ ଦୁନଆରେ ପ୍ରବେଶ କରାଇବା ଲକ୍ଷ୍ୟ ନେଇ ରାଲାଏନ୍ସ ଜିଓ ଏହି ଅଫର ଦେଇଥିଲା । ଅଫର ସମୟ ତିନି ସପ୍ତାହ ଭିତରେ ଜିଓଫୋନର ରେକର୍ଡ ବିକ୍ରି ହୋଇଛି।
ସେଥିପାଇଁ ଜିଓ ତରଫରୁ ଏହି ଅଫରକୁ ଆଉ ଅଧିକ ଏକ ମାସ ଅର୍ଥାତ ନଭେମ୍ୱର ଶେଷ ପର୍ଯ୍ୟନ୍ତ ଚାଲୁ ରଖିବାକୁ ନିଷ୍ପତି ନିଆଯାଇଛି। ଏହାଦ୍ୱାରା ଅଧିକ ସଂଖ୍ୟକ ୨ଜି ଫିଚର ଫୋନ୍ ଗ୍ରାହକ ଜିଓଫୋନ୍ ପ୍ଲାଟଫର୍ମକୁ ଆସିପାରିବେ ଏବଂ ଏହା ଏକକ ସର୍ବବୃହତ ୪ଜି ଡିଭାଇସ ପ୍ଲାଟଫର୍ମର ମାନ୍ୟତା ଜାରି ରଖିବ ବୋଲି କମ୍ପାନୀ ଆଶା ରଖିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜିଓଫୋନ ଦୀପାବଳି ଅଫର ଗ୍ରାହକମାନଙ୍କୁ ୬୯୯ ଟଙ୍କାରେ ଫୋନ ଯୋଗାଇ ଦେଇଥିଲା। ଏହି ସ୍ୱତନ୍ତ୍ର ଉତ୍ସବ ଅଫରରେ ଗ୍ରାହକ ସିଧାସଳଖ ୮୦୦ ଟଙ୍କାର ଫାଇଦା ପାଇଥିଲେ । ଏହି ଅଫର ଜିଓ ଅତିରିକ୍ତ ୭୦୦ ଟଙ୍କାର ଡାଟା ସୁବିଧା ମଧ୍ୟ ପ୍ରଦାନ କରୁଛି । ଗ୍ରାହକମାନେ କରୁଥିବା ପ୍ରଥମ ୭ଟି ରିଚାର୍ଜ (୯୯ ଟଙ୍କା ଲେଖାଏଁ ସାତ ଥର) ଉପରେ ଏହି ଅତିରିକ୍ତ ଡାଟା ପ୍ରଦାନ କରାଯାଉଛି।

Jio-extended-its-offer
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories