ଲଭ୍, ସେକ୍ସ, ମର୍ଡର, ପ୍ରେମିକ ଗିରଫ !

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ନିକଟସ୍ଥ ମଳିପଡ଼ା ଜଙ୍ଗଲରୁ ଜଣେ ଯୁବତୀଙ୍କ ମୃତଦେହ  ଉଦ୍ଧାର ହୋଇଛି। ତାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି।  ମୃତଦେହ ଉଦ୍ଧାର କରିବା ପରେ ପୁଲିସ୍ ତଦନ୍ତ କରି ଜଣେ ଯୁବକକୁ ଗିରଫ କରିଛି। ଏହି ହତ୍ୟାକାଣ୍ଡ ପ୍ରେମ ସମ୍ପର୍କକୁ ଭିତ୍ତିକରି ଘଟିଥାଇ ପାରେ ବୋଲି ପ୍ରାଥମିକ ତଦନ୍ତରୁ ପୁଲିସ୍ ସନ୍ଦେହ କରୁଛି।

ପୁଲିସ୍ ସୂଚନା ଅନୁସାରେ ଗିରଫ ଯୁବକ ଏବଂ ମୃତ ଯୁବତୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା ସନ୍ଦେହ କରାଯାଉଛି। ଉଭୟଙ୍କ ମଧ୍ୟରେ ମତାନ୍ତର ବା ଅନ୍ୟକୌଣସି କାରଣରୁ ଯୁବକ ଜଣକ ଏଭଳି କାଣ୍ଡ ଭିଆଇଥାଇ ପାରେ। ଖାଲି ସେତିକି ନୁହେଁ, ଯୋଜନାବଦ୍ଧ ହତ୍ୟା କରି ପ୍ରମାଣ ଲୁଚାଇବାକୁ ଯାଇ ଶବକୁ ମଳିପଡ଼ା ଜଙ୍ଗଲରେ ଫିଙ୍ଗି ଦେଇଥିବା ପୁଲିସ ଅନୁମାନ କରୁଛି।

ପରିବାର ଲୋକେ ଯୁବତୀଙ୍କୁ ଖୋଜି ନ ପାଇବାରୁ ଥାନାରେ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ କରିଥିଲେ। ଏହି ଘଟଣାରେ ସତ୍ୟବାଦୀ ଓ ଚନ୍ଦକା ଥାନା ପୁଲିସ ତଦନ୍ତ କରୁଛି।

You might also like