ଯିଏ ଯାହାକୁ ପାରିଲେ ପିଟିଲେ

ବେଶ୍ ନିଆରା ବଣ୍ଡା ସଂପ୍ରଦାୟର ଝାଟି ପର୍ବ : ଶତ୍ରୁତାକୁ ଭୁଲି ଭାଇଚାରା ଲାଗି କରନ୍ତି ଝାଟି ପ୍ରହାର

  • ବଣ୍ଡା ଯୁବକଙ୍କ ନିଆରା ଝାଟି ପର୍ବ ପାଳିତ
  • ପରସ୍ପରକୁ ଝାଟିରେ ପିଟି ପାଳିଲେ ପର୍ବ
  • ଶତ୍ରୁତାକୁ ଭୁଲି ଭାଇଚାରା ଲାଗି କରନ୍ତି ଝାଟିରେ ପ୍ରହାର
  • ବଣ୍ଡା ସଂପ୍ରଦାୟଙ୍କ ଦ୍ୱାରା ଆଦିମ କାଳରୁ ହେଉଛି ପାଳନ

ଲମତାପୁଟ( ଜଗତ ଜୀବନ କାଚିମ): ଆଦିବାସୀଙ୍କ ରହିଛି ଅନେକ ପ୍ରକାରର ପର୍ବପର୍ବାଣୀ। ସେମାନଙ୍କ ପ୍ରଥା ଓ ପରମ୍ପରା ବେଶ ବି ବେଶ ନିଆରାା ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରେ ପୌଷ୍ୟ ପୂର୍ଣ୍ଣିମା ଅବସରରେ ପାଳିତ ହୋଇଛି ନିଆରା ଝାଟି ପର୍ବ। ଏହି ଦିନରେ ପୂର୍ବ ଶତ୍ରୁତାକୁ ଭୁଲି ସଭିଏଁ ଏକାଠି ହୋଇ ପର୍ବକୁ ପାଳନ କରନ୍ତି। ଆଉ ଏହାର ବିଶେଷତ୍ୱ ହେଲା ଗାଁର ଯୁବକ ପରସ୍ପରକୁ ଝାଟିରେ ପିଟିଥାନ୍ତି।

ଅଗାଁ ଦାଣ୍ଡରେ ଚାଲିଛି ମାରପିଟ, ଯିଏ ଯାହାକୁ ପାରିଲା ତାକୁ ଝାଟିରେ ପିଟି ଚାଲିଛନ୍ତି।ଏଥିପାଇଁ କିଏ କାହାକୁ ପ୍ରତିବାଦ କରନ୍ତି ନାହିଁ। ବଣ୍ଡା ଆଦିବାସୀ ପରମ୍ପରା ମୁତାବକ ବନ୍ଧୁତା ସ୍ଥାପନ କରିବା ପାଇଁ ଆଦିମ ଅମଳରୁ ଏହି ପର୍ବ ପାଳନ ହୋଇ ଆସୁଛି। ମାଲକାନଗିରି ଜିଲ୍ଲା ହଣ୍ଡରାହାଲ ଗାଁର ଆଦିମ ଜନଜାତି ବଣ୍ଡା ସମ୍ପ୍ରଦାୟର ପକ୍ଷରୁ ଅଜବ ଢଙ୍ଗରେ ଏହି ଝାଟି ପର୍ବ ପାଳନ ହୋଇ ଆସୁଛି।

ଅବଣ୍ଡା ସଂପ୍ରଦାୟର ଯୁବକ ମାନଙ୍କ ଏହି ଝାଟି ପର୍ବ ପାଳନ ଦେଖିବା ଲାଗି ଗାଁର ଯୁବକ ସମେତ ମହିଳା ରୁଣ୍ଡ ହୋଇଥାନ୍ତି। ଗାଁ ଦାଣ୍ଡରେ ପରସ୍ପରକୁ ୨ଘଣ୍ଟା ଧରି ମାରପିଟ୍ ପରେ ଶେଷରେ ସମସ୍ତେ ସମସ୍ତଙ୍କୁ ଆଲିଙ୍ଗନ କରିଥାନ୍ତି। ଝାଟି ପର୍ବ ଆରମ୍ଭରୁ ଗାଁରେ ଦେବୀଙ୍କ ଠାରେ ପୂଜାର୍ଚ୍ଚନା ହୋଇଥାଏ। ଗୋଟିଏ ସ୍ଥାନରେ ଏକତ୍ରୀତ ହୋଇ ଭାଇଚାରାର ସମ୍ପର୍କରେ ରେ ବାନ୍ଧି ହେଇଥାନ୍ତି। ପୂର୍ବରୁ ଶତ୍ରୁତା ଥିଲେ ମଧ୍ୟ ବଣ୍ଡା ସଂପ୍ରଦାୟର ଏହି ନିଆରା ପରମ୍ପରା ଝାଟି ପର୍ବରେ ସମସ୍ତେ ଏକାଠି ହୋଇ ଭାଇଚାରାର ଉଦାହରଣ ଦେଇଥାନ୍ତି।

 

You might also like