ଝାରସୁଗୁଡା: ରାତିରେ ଅପହରଣ ହୋଇଥିବା ନିର୍ବାହୀ ଯନ୍ତ୍ରୀ ସକାଳେ ଉଦ୍ଧାର ହେଲେ। ଗତକାଲି ରାତିରେ ଝାରସୁଗୁଡା ଗ୍ରାମ୍ୟ ଉନ୍ନୟନ ବିଭାଜନର ର୍ନିବାହୀ ଯନ୍ତ୍ରୀ ମନୋରଞ୍ଜନ ପଟ୍ଟନାୟକଙ୍କୁ ଦୁର୍ବୃତ୍ତମାନେ ତାଙ୍କ ସରକାରୀ ବାସଭବନରୁ ଉଠାଇ ନେଇଥିଲେ।
ତେବେ ଆଜି ସକାଳୁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅଞ୍ଚଳରେ ର୍ନିବାହୀ ଯନ୍ତ୍ରୀ ମନୋରଞ୍ଜନଙ୍କୁ ଉଦ୍ଧାର କରାଯାଇଛି। ଦୁର୍ବୃତ୍ତମାନେ ତାଙ୍କୁ ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।
ସୂଚନା ଅନୁସାରେ, ଗତକାଲି ରାତିରେ ଏକ ଧଳା ରଙ୍ଗର ବୋଲେରୋରେ ୭ରୁ ୮ଜଣ ଯୁବକ ମନୋରଞ୍ଜନଙ୍କ ସରକାରୀ ବାସଭବନକୁ ଆସି ତାଙ୍କୁ ଅପହରଣ କରି ନେଇଥିଲେ। ହେଲେ ଆଜି ସକାଳେ ଦୁର୍ବୃତ୍ତମାନେ ତାଙ୍କୁ ଛାଡ଼ି ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅଞ୍ଚଳରେ ମନୋରଞ୍ଜନଙ୍କୁ ଉଦ୍ଧାର କରାଯାଇଥିଲା। ନିଜେ ମନୋରଞ୍ଜନ କେସିଙ୍ଗା ଆଦର୍ଶ ଥାନାକୁ ଆସି ସବୁ କଥା ଜଣାଇଥିବା ଜଣାପଡ଼ିଛି।
କେଉଁ କାରଣ ପାଇଁ ଦୁର୍ବୃତ୍ତମାନେ ତାଙ୍କୁ ଅପହରଣ କରିଥିଲେ ତାହା ଜଣାପଡ଼ିନାହିଁ। ପୋଲିସ୍ ଘଟଣାର ଛାନ୍ଭିନ୍ ଆରମ୍ଭ କରିଛି।