ମାର୍ଚ୍ଚ ୨୮ରୁ ଝାରସୁଗୁଡ଼ାରୁ ମୁମ୍ବାଇକୁ ଉଡ଼ିବ ବିମାନ

ଝାରସୁଗୁଡ଼ା: ଝାରସୁଗୁଡ଼ାବାସୀଙ୍କ ପାଇଁ ଆଉ ଏକ ଖୁସି ଖବର। ଆସନ୍ତା ମାର୍ଚ୍ଚ ୨୮ ତାରିଖରୁ ଝାରସୁଗୁଡ଼ା ବିମାନବନ୍ଦରରୁ ମୁମ୍ବାଇକୁ ବିମାନସେବା ଆରମ୍ଭ ହେବ।

SpiceJet Boing 737  ବିମାନ ମାଧ୍ୟମରେ ଏହି ସେବା ଆରମ୍ଭ ହେବ। ଏନେଇ ସୂଚନା ଦେଇଛନ୍ତି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ନିର୍ଦ୍ଦେଶକ ସ୍ୱଦେଶ ଚୌହ୍ୱାନ। ଏହା ପୂର୍ବରୁ ଝାରସୁଗୁଡ଼ାରୁ SpiceJetର ବିମାନ ଦିଲ୍ଲୀ, କଲିକତା ଓ ହାଇଦ୍ରାବାଦକୁ ଚଳାଚଳ କରୁଛି। ସେହିପରି ଏଲାଏନ୍ସ ଏୟାରଲାଇନ୍ସର ବିମାନ ଭୁବନେଶ୍ୱର, ରାୟପୁର ଓ କଲିକତାକୁ ଚଳାଚଳ କରୁଛି

You might also like