ବେଲପାହାଡ: ପୁଣି ମାତିଲେ ସାଇବର ଠକ। ଝାରସୁଗୁଡା ବେଲପାହାଡ ଗାନ୍ଧିନଗରର ଜଣେ ଯୁବତୀଙ୍କ ଠାରୁ ସାଇବର ଠକମାନେ ୧ଲକ୍ଷ ୬୯ ହଜାର ଟଙ୍କା ଠକି ନେଇଛନ୍ତି । ଗତ ୨୩ ତାରିଖରେ ଯୁବତୀଙ୍କ ନିକଟକୁ ଏକ ଅଜଣା ନମ୍ବରରୁ ଫୋନ ଆସିଥିଲା। ଏଥିରେ ସେ କୌନ ବନେଗା କରୋଡପତିରେ ୩୫ଲକ୍ଷ ଟଙ୍କାର ଲଟେରୀ ଜିତିଥିବା କୁହାଯାଇଥିଲା। ତା ପରଦିନ ପୁଣି ଠକମାନେ ଯୁବତୀଙ୍କୁ ଫୋନ କରିଥିଲେ ।
ଟଙ୍କା ଆକାଉଣ୍ଟରେ ନେବା ପାଇଁ ଟାକ୍ସ ବାବଦକୁ ୧୮ ହଜାର ୨ଶହ ଟଙ୍କା ଜମା କରିବା ପାଇଁ ସେମାନେ କହିଥିଲେ । ଏହାପରେ ବିଭିନ୍ନ କିସ୍ତିରେ ୩୫ହଜାର, ୩୧ ହଜାର, ୫ହଜାର ଟଙ୍କା ପଠାଇବା ପାଇଁ କହିଥିଲେ। କିନ୍ତୁ ବିଭିନ୍ନ ଆଳ ଦେଖାଇ ସେମାନେ କିଛି ଟଙ୍କା ପଠାଇ ନଥିଲେ। ଏପରିକି ଆଉ ୪୦ ହଜାର ଟଙ୍କା ଜମା କଲେ ଲଟେରୀ ପଇସା ଦିଆଯିବ ବୋଲି ବାହାନା କରିଥିଲେ।
ଲଟେରୀ ଟଙ୍କା ନ ମିଳିବାରୁ ଯୁବତୀ ଜଣଙ୍କ ଠକେଇର ଶିକାର ହୋଇଥିବା ଜାଣି ପାରି ପୋଲିସ ନିକଟରେ ଅଭିଯୋଗ କରିଥିଲେ । ବେଲପାହାଡ ପୋଲିସ ଏକ ଠକେଇ ମାମଲା ରୁଜୁ କରି ତଦନ୍ତ କରୁଛି ।
#ପୁଣି_ମାତିଲେ_ସାଇବର_ଠକ
ଜଣେ ଯୁବତୀଙ୍କ ଠାରୁ ସାଇବର ଠକମାନେ ୧ଲକ୍ଷ ୬୯ ହଜାର ଟଙ୍କା ଠକି ନେଇଛନ୍ତି । କୌନ ବନେଗା କରୋଡପତିରେ ଜିତିଥିବା କହି ଲୁଟିନେଲେ ଟଙ୍କା। #Jharsuguda #Odisha pic.twitter.com/zUn0dhydua— ଓଟିଭି (@otvkhabar) March 3, 2021