୨୪ ଘଣ୍ଟା ପରେ ଉଠିଲା ବାସୁଦେବଙ୍କ ମୃତଦେହ
ଝାରସୁଗୁଡ଼ା: ଝାରସୁଗୁଡ଼ା ଓଏଫଡିସି ଉପଖଣ୍ଡ ପରିଚାଳକ ବାସୁଦେବ ପାଲଙ୍କ ମୃତ୍ୟୁର ୨୪ ଘଣ୍ଟା ପରେ ଉଠିଲା ମୃତଦେହ। କାଲି ଦିନ ୧୨ଟାରୁ ଡାକ୍ତରଖାନାରେ ପଡ଼ିଥିଲା ମୃତଦେହ। ମୃତଦେହ ପାଖରେ ବାସୁଦେବଙ୍କ ଝିଅ ଓ ସମ୍ପର୍କୀୟମାନେ ଜଗି ରହିଥିଲେ।
ଓଏଫଡିସି ଡିଏମ୍ ଅମିୟ କୁମାର ପଟ୍ଟନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ଉପରିସ୍ଥ ଅଧିକାରୀ ଘଟଣାସ୍ଥଳକୁ ନଆସିବା ପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ କରାଇ ଦିଆଯିବ ନାହିଁ ବୋଲି ତାଙ୍କ ଝିଅ ଓ ସମ୍ପର୍କୀୟ ଅଡ଼ି ବସିଥିଲେ।
ଓଏଫଡିସି ଡିଏମ୍ ଅମିୟ କୁମାର ପଟ୍ଟନାୟକଙ୍କ କାର୍ଯ୍ୟ ଚାପ ଓ ମାନସିକ ନିର୍ଯାତନା ସହିନପାରି ବାସୁଦେବଙ୍କ ମୃତ୍ୟୁ ହୋଇଥିବା ସେମାନେ ଅଭିଯୋଗ କରିଥିଲେ। ଝାରସୁଗୁଡ଼ା ବନ ଉନ୍ନୟନ ନିଗମର ସବଡିଭିଜନାଲ ମ୍ୟାନେଜର ଥିବା ବାସୁଦେବ ପାଲ ଡ୍ୟୁଟିରେ ଥିବା ବେଳେ ଅଚେତ ହୋଇପଡ଼ିଥିଲେ। ପରେ ତାଙ୍କୁ ଝାରସୁଗୁଡ଼ା ମେଡିକାଲ ନିଆଯାଇଥଲାଷ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ତେବେ ବାସୁଦେବଙ୍କ ମୃତ୍ୟୁ ପାଇଁ ତାଙ୍କ ଉପରିସ୍ଥ ଅଫିସର ତଥା ଓଏଫଡିସି ଡିଏମ୍ ଅମିୟ ପଟ୍ଟନାୟକଙ୍କୁ ଦୋଷ ଦେଇଥିଲେ ପରିବାର ଲୋକେ। ଡିଏମ୍ ତାଙ୍କ ବାସଭବନକୁ ଡକାଇ ଗାଳିଗୁଲଜ କରିବା ପରେ ବାପାଙ୍କ ମୃତ୍ୟୁ ହୋଇଥିବା ବାସୁଦେବଙ୍କ ବଡ଼ ଝିଅ ଅଭିଯୋଗ କରିଥିଲେ। ତେବେ ଓଏଫଡିସି ଡିଏମ୍ ଅମିୟ ପଟ୍ଟନାୟକ କହିଛନ୍ତି, ସେ ଫେରାର ନାହାନ୍ତି।