ଖୁବ୍‌ ଶୀଘ୍ର କାର୍ଯ୍ୟକ୍ଷମ ହେବ ଝାରସୁଗୁଡ଼ା ବିମାନବନ୍ଦର

ଝାରସୁଗୁଡା: ଝାରସୁଗୁଡା ବିମାନ ବନ୍ଦର ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ। ଏଥିପାଇଁ ନିର୍ମାଣ କାମ ଶେଷ ହେବା ସହ ବିମାନ ବନ୍ଦରର ଲାଇସେନ୍‌ସ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା ସଂସଦରେ ଉତ୍ତର ରଖିଛନ୍ତି।

ଏଥିସହ ଝାରସୁଗୁଡ଼ା ବିମାନ ବନ୍ଦରର ନାମ ପରିବର୍ତ୍ତନ ପ୍ରସଙ୍ଗରେ ଉତ୍ତର ରଖାଯାଇଛି। ସାଧାରତତଃ ବିମାନ ବନ୍ଦର ନାମକରଣ ନେଇ ରାଜ୍ୟ ସରକାରଙ୍କ ସୁପାରିଶ ପରେ ବିଧାନସଭାରେ ପ୍ରସ୍ତାବ ପାରିତ ହେବା ଦରକାର। କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ଝାରସୁଗୁଡା ବିମାନ ବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବା ପାଇଁ ଏର୍ପ୍ୟନ୍ତ କୌଣସି ପ୍ରସ୍ତାବ ଆସିନାହିଁ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଝାରସୁଗୁଡ଼ା ବିମାନବନ୍ଦର କେବେ ଠାରୁ କାର୍ଯ୍ୟକ୍ଷମ ହେବ ଓ ବିମାନ ବନ୍ଦରର ନାମକରଣ ନେଇ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପ୍ରଶ୍ନ ରଖିଥିଲେ। ଝାରସୁଗୁଡା ବିମାନ ବନ୍ଦର ପାଇଁ ୨୦୦କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେଥିରୁ ୭୫କୋଟି ଟଙ୍କା ରାଜ୍ୟ ସରକାର ଦେଇଛନ୍ତି। ପୂର୍ବରୁ ଝାରସୁଗୁଡ଼ା ବିମାନବନ୍ଦରକୁ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବାକୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଥିଲେ।

 

 

ଆହୁରି ପଢ଼ନ୍ତୁ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା: ପୋଲିସ୍‌ କମିଶନର କହିଲେ-ତଦନ୍ତ ଠିକ୍ ଭାବେ ଚାଲିଛି

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

You might also like