ସିଲାବସ୍ ବାହାରୁ ପ୍ରଶ୍ନ ଆସିଥିବା ବୁଲେଇ ବଙ୍କେଇ ସ୍ୱୀକାର । ଚଏସ୍ ଡେଫିସିଟ୍ ଥିବା ପ୍ରଶ୍ନ ଆଟେଣ୍ଡ କରିଥିଲେ ମିଳିବ ଗ୍ରେସ୍ ମାର୍କ ।
ଅନୁଦାନ ସତ୍ତ୍ୱେ ୭ବର୍ଷ ପରେ ବି ଉଧୋଉନି ଜୟପୁର-ମାଲକାନଗିରି- ନବରଙ୍ଗପୁର ନୂଆ ଲାଇନ୍ ପ୍ରକଳ୍ପ, ଇଞ୍ଚେ ବି ଜମି ଦେଇ ପାରିଲେନି ରାଜ୍ୟ ସରକାର, ତେଜିଲା ରାଜନୀତି ।
ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଜୟପୁର ଓ ବୋରିଗୁମା ବ୍ଲକର ଲୋକ। ଜଳ ଜୀବନ ମିଶନ ଜରିଆରେ ହେଉଥିବା ଏ ପ୍ରକଳ୍ପ କାମରେ ଅହେତୁକ ବିଳମ୍ବକୁ ନେଇ ବଢୁଛି ଜନ ଅସନ୍ତୋଷ।
୧୯୫୧ ପରଠୁ ଏଠି ବିଧାନସଭା ନିର୍ବାଚନରେ ଅଧିକାଂଶ ଥର ଲୋକେ ସେଇ ନେତାଙ୍କୁ ନିର୍ବାଚିତ କରିଛନ୍ତି, ଯିଏ କ୍ଷମତାରେ ରହିଛନ୍ତି। ତେବେ ୨୦୨୪ରେ ପାଣିପାଗ କିଛି ଅଲଗା।
ଦକ୍ଷିଣ ବେଲ୍ଟରେ ଥିବା କଂଗ୍ରେସର ପୁରୁଣା ଭୋଟରଙ୍କୁ ସଂଗଠିତ କରି ଦଳ ୨୪ ନିର୍ବାଚନରେ ସଂଖ୍ୟା ବଢାଇବାକୁ ଯୋଜନା ରଖିଛି ।
ପୁରା ନାରାୟଣପାଟଣା ବ୍ଳକକୁ ଗୋଟିଏ ବସ୍ । ବିଶ୍ୱାସଭାଜନ ହେଉନି ସରକାରଙ୍କ ଲକ୍ଷ୍ମୀ ବସ୍ ସେବା ।
ଜୟପୁର ସହର ସରକାରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ୧୦ଟି ନିର୍ବାଚନ ମଣ୍ଡଳୀ ପାଇଁ କାର୍ଯ୍ୟକ୍ରମ ହୋଇଥିଲା । ସେଠାରେ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ ସରିବା ପରେ ଦଳୀୟ କର୍ମୀଙ୍କୁ ବଣ୍ଟାଯାଇଥିଲା ଟଙ୍କା ।
ତେଜିବାରେ ଲାଗିଛି ପାଣ୍ଡିଆନ- କାମିୟା ଜାନି ବିବାଦ । ଗୋଟେ ପଟେ ରାଜନୈତିକ ବୟାନ ବାଜି, ଅନ୍ୟ ପଟେ ବିକ୍ଷୋଭ, ପ୍ରତିବାଦ । ଘଟଣାକୁ ନେଇ ଆଜି ସିଧାସଳଖ ପାଣ୍ଡିଆନ ଆଉ ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ।
ବସ୍ରେ ଘରକୁ ଯିବା ବେଳେ ପାଖରୁ ମିଳିଲା ନଗଦ ୨ଲକ୍ଷ ୭୦ ହଜାର । ଘରୁ ଠାବ ନୋଟ୍ ଭଣ୍ଡାର । ୩୭ ଲକ୍ଷ ନଗଦ ଜବତକୁ ନେଇ ତାଜୁବ୍ ଭିଜିଲାନସ୍ ।
୭ ବର୍ଷ ବିତିଲା, ହେଲେ ସରିପାରିଲାନି ଜୟପୁରର ବିଶ୍ୱ ସ୍ତରୀୟ ବସ୍ଷ୍ଟାଣ୍ଡ ନିର୍ମାଣ କାମ । ଯେତିକି ନିର୍ମାଣ ହେଉଛି, ପୁଣି ଭଙ୍ଗା ଚାଲିଛି ।
କ୍ରୀଡାର ବିକାଶ ପାଇଁ ସରକାର କାହିଁ କେତେ ଯୋଜନା କରୁଥିବା ଡିଣ୍ଡିମ ପିଟୁଛନ୍ତି। କ୍ରୀଡାବିତଙ୍କୁ ପ୍ରୋତ୍ସାହନର କଥା କହୁଛନ୍ତି। ବାସ୍ତବ ସ୍ଥିତି କିନ୍ତୁ ସମ୍ପୁର୍ଣ୍ଣ ଅଲଗା।
ସାଇବର କ୍ରାଇମ୍କୁ ନେଇ ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟରେ ଆୟୋଜିତ ସଚେତନତା ଶିବିରରେ ନିଜର ଅନୁଭୂତି ବଖାଣିଛନ୍ତି ତାରା ।
ବୈଠକରେ ସଚଳ, ଗ୍ରାଉଣ୍ଡରେ ଅଚଳ । ଭିସିରେ ବୈଠକ କରି ଘୋଷଣା, କୋମାରେ ସ୍ପେଶାଲ ଡେଭଲପମେଣ୍ଟ କାଉନସିଲ-ଏସଡିସି । କୋଟି କୋଟିରେ ଅର୍ଥ ଶ୍ରାଦ୍ଧ ହେଲେ ଆଦିବାସୀଙ୍କ ବିକାଶର ଚିହ୍ନବର୍ଣ୍ଣ ବି ନାହିଁ । ୯ ଆଦିବାସୀ ବହୁଳ ଜିଲ୍ଲା ପାଇଁ ଚଳିତ ବର୍ଷ ୩୫୧ କୋଟି ଟଙ୍କା ଅନୁଦାନକୁ ମଞ୍ଜୁର କରିଛନ୍ତି ସରକାର । ତେବେ କେମିତି ଖର୍ଚ୍ଚ ହେବ ଏହି ଟଙ୍କା ?
ଛାତ୍ର ସଂସଦ ନିର୍ବାଚନ ଦାବିରେ ନବୀନ ନିବାସ ମୁହାଁ ହୋଇଥିଲା ଛାତ୍ର ସଂଗଠନ ଅଲ ଓଡିଶା ଷ୍ଟୁଡେଣ୍ଟସ ଭଏସ୍ । କଳା ପତାକା ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇବାକୁ ଉଦ୍ୟମ ବେଳେ ରାସ୍ତାରୁ ଅଟକ କରିଥିଲା ପୋଲିସ ।
କାଲି ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ମିଲେଟ୍ ମିଶନ ଅଭିଜ୍ଞତା ବଖାଣିବେ ଦୁଇ ଓଡ଼ିଆ ମହିଳା ଚାଷୀ ।
ହାତରେ ଇଞ୍ଜିନିୟରିଂ ଓ ଡାକ୍ତରୀ ଡିଗ୍ରୀ। କିନ୍ତୁ ଇଚ୍ଛା ବାବୁ ଚାକିରିରେ। ଏବେ ଏଭଳି କିଛି ଟ୍ରେଣ୍ଡ ଯୁବ ପିଢି ଭିତରେ। ଯାହାର ପ୍ରତିଫଳନ ଦେଖିବାକୁ ମିଳୁଛି ୟୁପିଏସସି ଏବଂ ଓପିଏସସି ପରୀକ୍ଷାରେ।
ମେନୁରେ ଥରେ ରେଟ୍ ଲେଖାହେଲେ ତାକୁ ବଦଳାଇବା ମୁସକିଲ୍। ତେଣୁ ବିନା ଟମାଟୋ ନଚେତ୍ ଅଳ୍ପ ଟମାଟୋରେ ତିଆରି ହେଉଛି ଖାଦ୍ୟ।
ଶ୍ରାବଣ ମାସରୁ ଆରମ୍ଭ ହୋଇ ମାତ୍ର କିଛି ଦିନ ବଜାରରେ ମିଳୁଥିବାରୁ ଏହାର ଚାହିଦା ବି ଢେର ଅଧିକା। ବାଲି ଛତୁ କିଲୋ ୪ ଶହରୁ ୬ ଶହ ଥିଲା ବେଳେ ବଡ଼ା ଛତୁ କିଲୋ ପିଛା ହଜାରେ ଟଙ୍କା ଯାଏଁ ବିକ୍ରି ହେଉଛି।
୨୪ ବର୍ଷ ପରେ ଆଜି ବି ସହିଦ ପୁଅର ପ୍ରତିମୂର୍ତ୍ତିରେ ଫୁଲ ଦେବାବେଳେ ମାଆ ଆଖିରେ ଆସିଯାଏ ଲୁହ। ସିମେଣ୍ଟ ପ୍ରତିମୂର୍ତ୍ତି ହେଉ ପଛେ ପୁଅ ମୁହଁକୁ ପିନ୍ଧା ଲୁଗା କାନିରେ ପୋଛିଲା ବେଳେ ଅନୁଭବ ହୁଏ ସତେ ଯେମିତି ପୁଅ ବଞ୍ଚିଛି, ତା ପାଖରେ ଅଛି।
ନିଆରା...ଏଇ କୋଚିଂ ସେଣ୍ଟରରେ କେବଳ ଗରିବ ମେଧାବୀ ପିଲାଙ୍କୁ ଦିଆଯିବ କୋଚିଂ । କେମିତି ଚାକିରି ପାଇବେ, ଭଲ ପଢିବେ । ସେଇଥି ପାଇଁ କରାଯାଉଛି ସ୍ୱତନ୍ତ୍ର ରଣନୀତି । ପିଲାଏ କହୁଛନ୍ତି ଟଙ୍କା ଲାଗି ଆମେ ପାଠ ପଢିପାରୁନଥିଲୁ... ଏବେ ଭଲରେ ପାଠ ପଢୁଛୁ।
ତାରା ଓ ସପ୍ତଗିରିଙ୍କ ଗୋଷ୍ଠୀ ମଧ୍ୟରେ ଲାଗିଥିଲା ଛକାପଞ୍ଝା । ୧୦ ଜିଲ୍ଲାର ନୂଆ ସଭାପତିଙ୍କ ନାଁ ଘୋଷଣା କରିଛି ଏଆଇସିସି ।
ଗ୍ରେଡ୍ ପେ ବୃଦ୍ଧି ଦାବିରେ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୁହ ଛୁଟିରେ ରାଜ୍ୟ ଅମଲା ମଞ୍ଚ...୩୦ ଜିଲ୍ଲାର ସରକାରୀ ଦପ୍ତରରେ କାମ ଠପ୍, ଧାରଣାରେ ୫୦ ହଜାର ଅମଲା...ସରକାର ଆଲୋଚନାକୁ ଆସୁନଥିବାରୁ ଆଗକୁ ଆନ୍ଦୋଳନ ଉଗ୍ର ହେବା ଆଶଙ୍କା...
ବିଶ୍ୱାସ ବଳରେ ବାରିହୁଏ ପାଣିପାଗର ସ୍ଥିତି । ଚାଷ ଅନୁକୂଳ ପାଇଁ ଧାର୍ଯ୍ୟ ହେଉଛି ସମୟ ।
ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଉପରେ ଅତ୍ୟଧିକ ଚାପ ସୃଷ୍ଟି କରିଥିଲା । ତେବେ କୋଭିଡ୍ କହର କମିବା ପରେ ପୁଣି ଥରେ କେବଳ ଦଶମ ଶ୍ରେଣୀରେ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ହୋଇଛି ।