ପୁଲିସ୍‌ ପରିଚୟ ଦେଇ ମହିଳାଙ୍କ ଠାରୁ ସୁନା ଅଳଙ୍କାର ଲୁଟ୍‌

ବ୍ରହ୍ମପୁର  : ପୁଲିସ୍‌ ପରିଚୟ ଦେଇ ମହିଳାଙ୍କଠୁ ଲୁଟ୍। ବ୍ରହ୍ମପୁର ବଡ଼ବଜାର ଥାନା ଖାସ୍‌ପା ସାହିରେ ଜଣେ ମହିଳାଙ୍କଠୁ ୭ ଭରି ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ। ମିଳିଥିବା ସୂଚନା ଅନୁସାରେ , ବଡ଼ବଜାର ଥାନା ଗୌଡ଼ ସାହିର ପାର୍ବତୀ ବେହେରା, ନିକଟରେ ଥିବା ଏକ ମନ୍ଦିରକୁ ଯାଇଥଇଲେ। ସେତିକି ବେଳେ ୩ ଜଣ ଲୁଟେରା ତାଙ୍କୁ ଟାର୍ଗେଟ କରିଥିଲେ।

ପ୍ରଥମେ ବୃଦ୍ଧାଙ୍କୁ ପୁଲିସ୍‌ର ପରିଚୟ ଦେଇ ଭରସା ଦେଖାଇଥିଲେ। ଆଗରେ ପୁଲିସ୍‌ ଚେକିଂ କରୁଛି, ସୁନା ପିନ୍ଧିଲେ ଫାଇନ୍ ଦେବାକୁ ପଡିବ ବୋଲି କହି ଭୟ ଦେଖାଇଥିଲେ। ପରେ ମହିଳାଙ୍କ ଠାରୁ ସୁନା ଅଳଙ୍କାର ବାହାର କରିଦେଇଥିଲେ।

ଏହାପରେ ସୁନା ଗୁଡିକୁ ଏକ କାଗଜରେ ଭର୍ତ୍ତି କରି ଏକ ପ୍ଲାଷ୍ଟିକ୍ ଚୁଡ଼ି ଥିବା କାଗଜ ଧରାଇ ଦେଇଥିଲେ।

ଗତ କିଛି ଦିନ ଧରି ବ୍ରହ୍ମପୁରରେ ଏଭଳି ଲୁଟ୍‌ତରାଜ ଚାଲିଛି। ଗତକାଲି ବାଲେଶ୍ୱର ସୋରରେ ମଧ୍ୟ ପୁଲିସ୍‌ ପରିଚୟ ଦେଇ ନର୍ସଙ୍କ ବେକରୁ ସୁନା ଚେନ୍ ଲୁଟିଥିଲେ ଦୁର୍ବୃତ୍ତ।

You might also like