ରାଉଲକେଲାରେ ପୁଣି ଫାୟରିଂ: ମୁଣ୍ଡରେ ଗୁଳି ଫୁଟାଇ ଲୁଟିନେଲେ
ରାଉଲାକେଲା: RGH ପାଖ ଫ୍ଲାଏଓଭର ପାଖରେ ଗୁଳିକାଣ୍ଡ। ଜଣେ ସୁନା ଦୋକାନୀଙ୍କୁ ଦୁର୍ବୃତ୍ତ ଗୁଳି କରି ଲୁଟପାଟ୍ କରିଥିବା ସୂଚନା ମିଳିଛି। ସଂପୃକ୍ତ ସୁନା ଦୋକାନୀଙ୍କ ମୁଣ୍ଡରେ ଗୁଳି ବାଜିଛି। ତାଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ କେତେ ଲୁଟ୍ ହୋଇଛି, ସେନେଇ କୌଣସି ସ୍ପଷ୍ଟ ହୋଇନି। ଏହି ଗୁଳିକାଣ୍ଡ ପରେ ରଘୁନାଥପାଲି ପୋଲିସର ଘଟଣାର ତଦନ୍ତ ଜାରି ରଖିଛି। କିଛି ଦିନ ତଳେ ରାଉଲକେଲା ସହରର ଫାୟାରିଂ ହୋଇଥିଲା। ଏହି ଗୁଳିକାଣ୍ଡରେ ଜଣେ ମହିଳା ଗୁରୁତର ଭାବେ ଆହତ ହୋଇଥିଲେ। ପ୍ରକାଶ ପ୍ରସାଦ ନାମକ ସୁନା ବେପାରୀ ତାଙ୍କ ମାଙ୍କ ସହିତ ରାଉରକେଲାରୁ ସିଂ ଟୋଲା ଘରକୁ ଫେରୁଥିଲେ। ରାଉରକେଲା ସହରର ବ୍ରହ୍ମାଣୀ ତରଙ୍ଗ ଥାନା ଅନ୍ତର୍ଗତ ସିଂ ଟୋଲାରେ ହଠାତ୍ କିଛି ଦୁର୍ବୃତ୍ତ ସେମାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଗୁଳିଟି ପ୍ରକାଶଙ୍କ ମାଆଙ୍କ ପିଠିରେ ବାଜିଥିଲା।