ଭୁବନେଶ୍ୱର: ଆଜିଠୁ ଜେଇଇ ମେନ୍ ପରୀକ୍ଷା ଆରମ୍ଭ ହୋଇଛି। ଭୁବନେଶ୍ୱର ସମେତ ରାଜ୍ୟର ୯ଟି ସହରରେ ଜେଇଇ ମେନ୍ ପରୀକ୍ଷା ଅନୁଷ୍ଠିତ ହେଉଛି।
ସାରା ଦେଶରେ ୯ ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଉଛନ୍ତି। ଆଜି ପ୍ରଥମ ଦିନରେ B.Arch and B.Planning courseର ପେପର-ଟୁ ପରୀକ୍ଷା ହେଉଛି। ପ୍ରଥମ ସିଟିଂ ସକାଳ ୯.୩୦ରୁ ଆରମ୍ଭ ହୋଇଥିବା ବେଳେ ୧୨.୩୦ ପର୍ଯ୍ୟନ୍ତ ଏହା ଚାଲିବ। ଦିନ ୨.୩୦ରୁ ୫. ୩୦ ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂ ପରୀକ୍ଷା ହେବ।
ଆସନ୍ତାକାଲିଠୁ ୧୨ ତାରିଖ ପର୍ଯ୍ୟନ୍ତ B.E./B.Tech courseର ପେପର-ୱାନ୍ ପରୀକ୍ଷା ହେବ। ପ୍ରଥମଥର ପାଇଁ National Testing Agency (NTA) ପରୀକ୍ଷା ପରିଚାଳନା କରୁଛି।
ବର୍ଷକୁ ୨ ଥର ଜେଇଇ ମେନ୍ ପରୀକ୍ଷା ଅନୁଷ୍ଠିତ ହୋଇଥାଏ। ଏପ୍ରିଲ ୬ ତାରିଖ ଓ ଏପ୍ରିଲ ୨୦ ତାରିଖ ମଧ୍ୟରେ ଦ୍ୱିତୀୟ ପଯର୍ୟାୟ ପରୀକ୍ଷା ଅନୁଷ୍ଠିତ ହେବ। ଜାନୁଆରୀ ୩୧ ତାରିଖରେ ପରୀକ୍ଷା ଫଳ ପ୍ରକାଶ ପାଇବ।