JEE Advanced: ଟପ୍‌ ୧୦୦ ତାଲିକାରେ ବଲାଙ୍ଗିରର ଦୁଇ ଭାଇ

ଭୁବନେଶ୍ୱର: ପ୍ରକାଶ ପାଇଛି ଜେଇଇ ଆଡଭାନ୍ସ ରେଜଲ୍ଟ। ଏଥିରେ  ବଲାଙ୍ଗିର ଜିଲ୍ଲାର ନାଁ ଉଜ୍ଜ୍ୱଳ କରିଛନ୍ତି ଦୁଇଭାଇ।  କଂଟାବାଞ୍ଜି ଅଞ୍ଚଳର ଦୁଇ ଭାଇ ପରୀକ୍ଷାରେ ରେକର୍ଡ କରିଛନ୍ତି । ବଡ଼ ଭାଇ ରୌନକ ଡାଲମିୟା ସର୍ବ ଭାରତୀୟ ସ୍ତରରେ ୫୨ତମ ରାଙ୍କ ହାସଲ କରିଛନ୍ତି। ସେହିପରି  ସାନ ଭାଇ ମନ୍ଥନ ଡାଲମିୟା ୧୦୦ତମ ରାଙ୍କ ହାସଲ କରିଛନ୍ତି ।

ବଡ଼ଭାଇ ରୌନକ IIT Kharagpur  ଜୋନ୍‌ର ୪ର୍ଥ ସ୍ଥାନରେ ଅଛନ୍ତି।  ଦୁଇ ଭାଇଙ୍କ ସଫଳତା ପାଇଁ ପରିବାରର ଖୁସି କହିଲେ ନ ସରେ । ରୌହନ ଏବଂ ମନ୍ଥନଙ୍କ କହିବା ଅନୁସାରେ ବିନା କୌଣସି ଟ୍ୟୁସନ ବା କୋଚିଂରେ ସେ ଏହି ସଫଳତା ପାଇଛନ୍ତି । ଲକଡାଉନ ଯୋଗୁଁ ବାହାରକୁ ଯାଇ ହେଉନଥିବାରୁ ଦୁହେଁ ପଢ଼ାପଢ଼ିକୁ ଗୁରୁତ୍ୱ ଦେଇଥିଲେ ।

ସଫଳତାରେ ଖୁସି ହୋଇ ରୌନକ କହିଛନ୍ତି, ମୋର ଅଢେଇ ବର୍ଷର ପରିଶ୍ରମର ଫଳ ମୁଁ ପାଇଛି। ମୁଁ ଦିନକୁ ୧୦ରୁ ୧୨ ଘଣ୍ଟା ପଢୁଥିଲି ଯେଉଁଥିପାଇଁ ଏହି ସଫଳତା ପାଇ ପାରିଛି।

ଆଗକୁ ଜଣେ ବୈଜ୍ଞାନିକ ହେବାର ସ୍ୱପ୍ନ ରଖିଥିବା ବେଳେ ଅନ୍ୟ ଭାଇ କମ୍ପୁଟର ବିଜ୍ଞାନୀ ହେବାର ଆଶା ରଖିଛନ୍ତି। ଅନ୍ୟପକ୍ଷେ ରାଉରରକେଲାର ସମର୍ଥ ଅଗ୍ରୱାଲ IIT-Kharagpur zoneର ଟପର ହୋଇଥିବାବେଳେ ସର୍ବଭାରତୀୟ ରାଙ୍କରେ ୨୫ ସ୍ଥାନରେ ଅଛନ୍ତି।

 

You might also like