• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର : ଦିଲ୍ଲୀ ସ୍ଥିତ ସରକାରୀ ବାସଭବନ ଦଖଲ ନେଇ ଅନୁଭବଙ୍କୁ ଜବାବ୍ ଦେଲେ ବୈଜୟନ୍ତ ପଣ୍ଡା। ତାଙ୍କ ସାଂସଦ କାଳର ଅବଧି ସରିବାର ୧୩ ମାସ ପରେ ବି ଶ୍ରୀ ପଣ୍ଡା ତାଙ୍କ ସରକାରୀ ବାସଭବନ ଛାଡ଼ିନଥିବା ନେଇ ଅନୁଭବ ଉଠାଇଥିବା ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି।

ବୈଜୟନ୍ତ କହିଛନ୍ତି ଯେ, ଏହି ଅଭିଯୋଗ ଭିତ୍ତିହୀନ। ନିୟମ ଅନୁଯାୟୀ ମାର୍କେଟ ଭଡ଼ା ଦେଇ ମୁଁ ଅବଧି ବଢ଼ାଇ ଥିଲି। ମୁଁ ସେ ଘରୁ ବାହାରି ସାରିଲିଣି। କିଛି ବଡ଼ ଆଇଟମ ଗୁଡ଼ିକ ସ୍ଥାନାନ୍ତର ହେଉଛି।

ଇତି ମଧ୍ୟରେ ଅନ୍ୟ ଏମପିମାନେ ସେଇ ଘରକୁ ଦେଖିକି ଗଲେଣି। ତେବେ ପାଟକୁରା ନିର୍ବାଚନ ଯୋଗୁ ଜାଣିଶୁଣି ଏମିତି ଏକ ବିବାଦ କରାଯାଉଛି ବୋଲି ବୈଜୟନ୍ତ କହିଛନ୍ତି। ପୂର୍ବରୁ ଟ୍ଵିଟ୍‌ରେ ଦିଲ୍ଲୀ ମହାଦେବ ରୋଡ୍ ସ୍ଥିତ ସରକାରୀ ବଙ୍ଗଳା ସାମ୍ନାରେ ନିଜର ଏକ ଫଟୋ ପୋଷ୍ଟ କରିବା ସହ ବୈଜୟନ୍ତ ସାଂସଦ ପଦ ହରାଇବାର ୧୩ ମାସ ପରେ ବି ସେହି ଘର ଛାଡ଼ୁନଥିବା ଅଭିଯୋଗ କରିଥିଲେ ସାଂସଦ ଅନୁଭବ ମହାନ୍ତି।

Jaypanda-respond-to-anubhab-mohanty-over-the-allegation-of-govt-quater
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories