ସବୁ ଦିନ ପାଇଁ ବନ୍ଦ ହେଲା କଟକର ଏହି ସିନେମା ହଲ୍
କଟକ: କଟକ ବାଦାମବାଡ଼ି ସ୍ଥିତ ଜୟଶ୍ରୀ ସିନେମା ହଲ୍କୁ ସବୁଦିନ ପାଇଁ ବନ୍ଦ କରି ଦିଆଯାଇଛି। ହଲ୍ ବନ୍ଦ ନେଇ ଏହାର ମ୍ୟାନେଜ୍ମେଣ୍ଟ୍ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଏ ନେଇ Odisha Assembly Of Small and Medium Enterprises(OASME) ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି।
ସିନେମା ହଲ୍ଟି ସବୁଦିନ ପାଇଁ ବନ୍ଦ ହେବା ଖବର ଜଣାପଡ଼ିବା ପରେ ଏହା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଏକ ଝଟ୍କା ଲାଗିଥିବା କୁହାଯାଉଛି। କେଉଁ କାରଣ ପାଇଁ ହଠାତ୍ ସିନେମା ହଲ୍କୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଗଲା ସେସମ୍ପର୍କରେ କିଛି ଜଣାପଡ଼ିନାହିଁ।
ଅତୀତରେ ଏହି ସିନେମା ହଲ୍ରେ ବହୁ ପ୍ରସିଦ୍ଧ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା।
ଅନ୍ୟପକ୍ଷରେ, ଓଡ଼ିଶାରେ ଗୋଟିଏ ପରେ ଗୋଟିଏ ସିନେମା ହଲ୍ ବନ୍ଦ ହେବା ଯୋଗୁ ସିନେ ପ୍ରେମୀ ଓ ଫିଲ୍ମ ଇଣ୍ଡଷ୍ଟ୍ରି ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।