ପେଶାରେ ପୁଲିସ ବାବୁ, ନିଶାରେ ସିଙ୍ଗର୍

ଜୟପୁର(ଟି.ଗୌରି ଶଙ୍କର): ପେଶାରେ ପୁଲିସ୍‌, ନିଶା ତାଙ୍କର ଗୀତ ଗାଇବା। ଗୀତ ଗାଇ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଛନ୍ତି ଦୁଇ ଜଣ ସରକାରୀ ବାବୁ। ସେମାନେ ହେଉଛନ୍ତି ଜୟପୁର ଟାଉନ ଥାନା ଅଧିକାରୀ ବାଲେଶ୍ୱର ଗିଦ୍ଧି ଓ ନବରଙ୍ଗପୁର ଜିଲ୍ଲା ସହକାରୀ ଯୋଗାଣ ଅଧିକାରୀ ମନୋଜ ଦାଶ।

ଗିଦ୍ଧି ଯେମିତି ପୁଲିସ ଅଫିସର ଭାବେ ଚୋର ଡକାୟତଙ୍କୁ ସାବାଡ଼ କରନ୍ତି, ସେହିଭଳି ତାଙ୍କ କଣ୍ଠରୁ ଗୀତ ଶୁଣିଲେ ସାଧାରଣ ଲୋକଙ୍କ ମନ ଖୁସି ହୋଇଯାଏ। ଏଥିପାଇଁ ତାଙ୍କୁ ସାଧାରଣ ଲୋକେ ପ୍ରଂଶସା କରିଛନ୍ତି।

ଗତକାଲି ଜୟପୁର ସହରରେ ସ୍ୱର୍ଗତ କିଶୋର କୁମାରଙ୍କ ଉଦ୍ଦେଶ୍ୟରେ ‘ଅଗର୍ ତୁମ୍ ନ ହୋତେ ନାମକ ଏକ ମେଲୋଡି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଉଭୟଙ୍କ ସୁମଧୂର କଣ୍ଠ  ଗୀତ ଶୁଣିବାକୁ ମିଳିଥିଲା।

You might also like