ନିଖୋଜ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ପ୍ରୟାସ

ଭୁବନେଶ୍ୱର: ମରିସସ୍‌ରେ ନିଖୋଜ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରୟାସ କରିଛନ୍ତି। ନିଖୋଜ ଓଡ଼ିଆ ଯୁବକ ଟୁନା ନାୟକଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ମରିସସ୍‌ରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ବୈଜୟନ୍ତ ପଣ୍ଡା ଚିଠି ଲେଖି ନିବେଦନ କରିଛନ୍ତି।

ଗଞ୍ଜାମ କୋଦଳା ଫାରକାପଲ୍ଲୀ ଗାଁର ସୁବାସ ଚନ୍ଦ୍ର ନାୟକଙ୍କ ପୁଅ ଟୁନା ନାୟକ ମରିସସ୍‌ରେ ଏକ ଘରୋଇ କମ୍ପାନୀରେ ୨୦୧୭ ମସିହାରୁ କାମ କରୁଥିଲେ। ଟୁନା ୨୦୨୦ ମାର୍ଚ୍ଚ ୨୦ ତାରିଖରେ ତାଙ୍କ ବାପାଙ୍କୁ ଟଙ୍କା ପଠାଇବା ପାଇଁ ଏକ ଏଟିଏମ୍‌କୁ ଯାଇଥିଲେ। ସେହି ଦିନ ଠାରୁ ତାଙ୍କର କୌଣସି ପତ୍ତା ମିଳୁନାହିଁ।

ପରିବାର ଲୋକେ ଏ ନେଇ ଟୁନା କାମ କରୁଥିବା କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଶେଷରେ ସହାୟତା ପାଇଁ ପରିବାର ଲୋକେ ବୈଜୟନ୍ତ ପଣ୍ଡାଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ। ପରିବାର ଲୋକଙ୍କ ଅନୁରୋଧ କ୍ରମେ ଟୁନାଙ୍କୁ ଉଦ୍ଧାର କରିବା ପାଇଁ ବୈଜୟନ୍ତ ପଣ୍ଡା ପଦକ୍ଷେପ ନେଇଛନ୍ତି। 

You might also like