ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ କେନ୍ଦ୍ରାପଡ଼ା ଗସ୍ତ
କେନ୍ଦ୍ରାପଡ଼ା : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଅାଜି କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ଗସ୍ତ କରିଥିଲେ। ମହାକାଳପଡ଼ାର ତେର ଗ୍ରାମର ସାମନ୍ତସିଂହାରପୁର, ବାଲିସାହି, ଏବଂ ପାଟଣା ଗ୍ରାମର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।
ଗ୍ରାମର ମହିଳାମାନେ ବୈଜୟନ୍ତଙ୍କୁ ବନ୍ଦାପନା କରି ସମ୍ବର୍ଦ୍ଧିତ କରିଥିଲେ। ଏହାସହ ନଦୀରେ ବୁଡି ପ୍ରାଣ ହରାଇଥିବା ତେର ଗାଁର ଦିପ୍ତୀରଞ୍ଜନ ପରିଡ଼ାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭେଟି ସାନ୍ତ୍ୱନା ଦେଇଥିଲେ ବୈଜୟନ୍ତ।