ଭୁବନେଶ୍ୱର : ବିଜେପିର କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଚାରି ସହଯୋଗୀଙ୍କ ବିରୋଧରେ ଭୋଟରଙ୍କୁ ଟଙ୍କା ବଣ୍ଟନ ନେଇ ବିଜେଡି ଯେଉଁ ଅଭିଯୋଗ ଆଣିଛି, ତାକୁ ବିଜେପି ପକ୍ଷରୁ ଖଣ୍ଡନ କରାଯାଇଛି। ବିଜେଡିର ଏହି ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବିଜେପି ନେତା ସଲିମ୍ ଖାନ୍ କହିଛନ୍ତି ।
ଏ ସଂପର୍କରେ ଆଜି ବିଜେଡିର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ସଂପୃକ୍ତ ୪ ସହଯୋଗୀଙ୍କୁ ଭିଡିଓ ସର୍ଭେଲାନ୍ସରେ ରଖିବା, ସେମାନଙ୍କ ମୋବାଇଲ୍ ଫୋନ୍ ମଧ୍ୟ ସର୍ଭେଲାନ୍ସରେ ରଖାଯିବା ସହ ସେମାନଙ୍କୁ ତୁରନ୍ତ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରୁ ବାହାର କରିବାକୁ ବିଜେଡି ପକ୍ଷରୁ ଦାବି କରାଯାଇଥିଲା।