ସିଆଡ଼ିିମାଲ ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ଘଟଣା: ସମବେଦନା ଜଣାଇଲେ ବୈଜୟନ୍ତ ପଣ୍ଡା

କୋରାପୁଟ: କୋରାପୁଟ ଜିଲ୍ଲା ଜୟପୁରର ସିଆଡ଼ିମାଲରେ ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁକୁ ନେଇ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ପୀଡ଼ିତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।

ପୀଡ଼ିତାଙ୍କ ଘରେ ପହଞ୍ଚି ବୈଜୟନ୍ତ ପଣ୍ଡା ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି। ଏହାସହ ପୀଡ଼ିତାଙ୍କ କୁନି କୁନି ପିଲାଙ୍କ ଭବିଷ୍ୟତ ପାଇଁ ସହଯୋଗ କରିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।

ଏଭଳି ଘଟଣାକୁ ନେଇ ସେ ଦୁଃଖ ପ୍ରକାଶ କରିବା ସହ ମଦ ପାଇଁ ଦୁଷ୍କର୍ମ ବଢୁଛି ବୋଲି ବୈଜୟନ୍ତ ପଣ୍ଡା କହିଛନ୍ତି। ଏହି ଘଟଣାରେ ରାଜ୍ୟ ସରକାର ପୀଡ଼ିତାଙ୍କ ପରିବାରକୁ ସାହାଯ୍ୟ କରିବାକୁ ଆଗେଇ ଆସନ୍ତୁ ବୋଲି ସେ କହିଛନ୍ତି।

ଜୟପୁରର ଏହି ମହିଳା ଗତ ୫ ତାରିଖରେ ଦୁଷ୍କର୍ମର ଶିକାର ହୋଇଥିଲେ। ୧୫ ଦିନ ଧରି ଜୀବନ ସହ ସଂଘର୍ଷ କରିବା ପରେ ସେ ଆଖି ବୁଜିଥିଲେ।

You might also like