ମହାକାଳପଡ଼ାରେ ବୈଜୟନ୍ତ ପଣ୍ଡାଙ୍କ ମେଗା ରୋଡ୍ ଶୋ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରେ ବିଜେପିର ମେଗା ରୋଡ୍ ଶୋ। କେନ୍ଦ୍ରାପଡ଼ାରୁ ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଏହି ରୋଡ୍‌ ଶୋ’ରେ ସାମିଲ ହୋଇଛନ୍ତି ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ହଜାର ହଜାର ଜନତା। ଏହି ଶୋଭାଯାତ୍ରା ଅନ୍ତେଇରୁ ଆରମ୍ଭ ହୋଇ ପ୍ରାୟ ୩୫ କିଲୋମିଟର ଦୂର ମଙ୍ଗଳା ଛକ ପର୍ଯ୍ୟନ୍ତ ଚାଲିଥିଲା।

ଶୋଭାଯାତ୍ରାରେ ବୈଜୟନ୍ତଙ୍କ ସହ ମହାକାଳ ପଡ଼ା ବିଜେପି ପ୍ରାର୍ଥୀ ବିଜୟ ପ୍ରଧାନ ସାମିଲ ହୋଇଥିଲେ। ରାଲି ବେଳେ ବିଭିନ୍ନ ସ୍ଥାନରେ ବୈଜୟନ୍ତଙ୍କୁ ଫୁଲମାଳ ଦେଇ ଲୋକେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରୁଥିବା ବେଳେ ବୈଜୟନ୍ତ ସାଧାରଣ ଲୋକଙ୍କ ସହ ହାତ ମିଳାଉଥିବା ଦେଖିବାକୁ ମିଳିଛି।

You might also like