ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିଯୋଗକୁ ନେଇ ଟ୍ୱିଟରରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ନବୀନ ନିଜ କୋଟେରୀଙ୍କ ଚକ୍ରବ୍ୟୁହରେ କିଭଳି ଫସିଛନ୍ତି, ତାକୁ ଦେଖି ଦୁଃଖ ଲାଗୁଛି ବୋଲି ବୈଜୟନ୍ତ ଟୁଇଟ୍ କରିଛନ୍ତି।
ପାରାଦୀପ-ହରିଦାସପୁର ରେଳପଥର ମୁଖ୍ୟ ଉଦ୍ୟୋକ୍ତା ନିଜେ ବିଜୁ ଅଙ୍କଲ ଥିଲେ। କେନ୍ଦ୍ରାପଡ଼ାକୁ ରେଳ ସଂଯୋଗ ନେଇ ୪୦ ବର୍ଷର ସ୍ୱପ୍ନ ଫାଇଲରେ ପଡ଼ିଥିଲା। ସେ ସାଂସଦ ହେବା ପରେ ଏହାକୁ ତ୍ୱରାନ୍ୱିତ କରିବା ପାଇଁ ଶତାଧିକ ରିଭ୍ୟୁ ମିଟିଂ କରାଇଥିଲେ ବୋଲି ବୈଜୟନ୍ତ ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି।
ତେବେ ନବୀନ ଗତକାଲି ANIକୁ ସାକ୍ଷାତକାର ଦେବା ବେଳେ ଅଭିଯୋଗ ଆଣିଥିଲେ ଯେ ବୈଜୟନ୍ତ ନିଜ ଉଦ୍ୟୋଗ ପାଇଁ ରେଳ ସଂଯୋଗ ଉଦ୍ୟମ କରୁଛନ୍ତି।