ଦେଶ ପାଇଁ ରକ୍ତଦାନ କଲେ ଯବାନ

ଭୁବନେଶ୍ୱର: କରୋନା ଚିକିତ୍ସା ପାଇଁ ରକ୍ତର ଆବଶ୍ୟକତା ରହିଛି। ଏହି ପରିସ୍ଥିତିରେ ଓଡ଼ିଶାରେ ଥିବା ଯବାନମାନେ ରକ୍ତଦାନ କରିବା ପରି ମହତ୍ ଉଦ୍ୟମ କରିଛନ୍ତି। ଭୁବନେଶ୍ୱର ୧୨୦ ବାଟାଲିୟନରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।  ଆଜି ସକାଳ ୯ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।

ଏଥିରେ ଅଧିକାରୀ ଓ ଯବାନଙ୍କୁ ମିଶାଇ ୫୦ଜଣ ରକ୍ତଦାନ କରିଥିଲେ। ସାରା ଦେଶରେ ଭାରତୀୟ ସେନା ପକ୍ଷରୁ ଚାଲିଥିବା ଅପରେସନ ନମସ୍ତେ କରୋନା ଚିକିତ୍ସା ପାଇଁ ଦେଶରେ ରକ୍ତର ଆବଶ୍ୟକତା ରହିଥିବା ବେଳେ ଏହାକୁ ପୂରଣ କରିବାକୁ ସେନା ପକ୍ଷରୁ ଏଭଳି ଏକ ଉଦ୍ୟମ କରାଯାଇଛି।

 

You might also like