ଯବାନଙ୍କ ସନ୍ଦେହଜନକ ମୃତ୍ୟୁ

ଯାଜପୁର: ଯବାନଙ୍କ ସନ୍ଦେହଜନକ ମୃତ୍ୟୁ। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ନାଳକୁଳ ଗାଁରେ ଜଣେ ଯବାନଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ସେପଟେ  ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ ଯବାନ ହେଲେ ସୌମ୍ୟରଞ୍ଜନ ପରିଡ଼ା।

ସୌମ୍ୟରଞ୍ଜନ ଛୁଟିରେ ଘରକୁ ଆସିଥିଲେ। ଗତ ୨୭ ତାରିଖ ସନ୍ଧ୍ୟାରେ ସାଙ୍ଗମାନଙ୍କ ସହିତ ଏକ ବିବାହ ଭୋଜିକୁ ଯାଇଥିଲେ। ହେଲେ ବିଳମ୍ବିତ ରାତିରେ କେହି ତାଙ୍କୁ ଘର ସମ୍ମୁଖରେ ମୁମୂର୍ଷୁ ଅବସ୍ଥାରେ ଛାଡି ଦେଇ ଚାଲି ଯାଇଥିଲେ। ପରିବାର ଲୋକେ ତାଙ୍କୁ ପ୍ରଥମେ ଯାଜପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣାକୁ ନେଇ ଆଜି ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ହତ୍ୟାକାରୀକୁ ଗିରଫ ଦାବିରେ ଗାଁ ଲୋକେ ମୃତଦେହ ରଖି ବରୁଆଁ- ବାଲିଚନ୍ଦ୍ରପୁର ରାସ୍ତାକୁ ଅବରୋଧ କରିଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।

You might also like