ରାଜରାସ୍ତାରେ ଗର୍ଜିଲେ ରାନୀ; କହିଲେ, ‘ଏଇଟା ଟ୍ରେଲର୍‌, ଆଗକୁ କ’ଣ ହେବ ଭାବନ୍ତୁ …’

ଭୁବନେଶ୍ୱର: କରୋନା ସ୍ଥିତିରେ ଦୀର୍ଘ ୭ ମାସରୁ ଅଧିକ ସମୟ ଧରି ବନ୍ଦ ରହିଛି ଯାତ୍ରା ପରିବେଷଣ। ଏହି ସମୟରେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଅନେକ କଳାକାର।

ରୋଜଗାର ଅଭାବରୁ ଯାତ୍ରା ଜଗତ ବୁଡ଼ିବାକୁ ବସିଲାଣି। ତେଣୁ ଆଗକୁ ଯାତ୍ରା ପରିବେଷଣ ପାଇଁ ସରକାର ଅନୁମତି ଦେବାକୁ ଧାରଣା ଦେଇଛନ୍ତି ଯାତ୍ରା ଜଗତର କଳାକାର।

ଯାତ୍ରା କଳାକାର ରାନୀ ପଣ୍ଡାଙ୍କ ନେତୃତ୍ୱରେ କଳାକାରମାନେ ଭୁବନେଶ୍ୱର ପିଏମ୍‌ଜି ଛକରେ ଧାରଣା ଦେଇଥିଲେ। କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ମଧ୍ୟ ଯାତ୍ରା କଳାକାରଙ୍କ ସହ ଧାରଣାରେ ସାମିଲ ହୋଇଥିଲେ।

ରାଜରାସ୍ତାକୁ ଓହ୍ଲାଇ ରାନୀ ପଣ୍ଡା କହିଛନ୍ତି, ‘ଦୟାକରି ଆମ ଦାବିପତ୍ର ପୂରଣ କରନ୍ତୁ। ଏଇଟା ଟ୍ରେଲର୍‌। ଫିଲ୍ମ ଆଗୁକ କ’ଣ ହେବ ସେ(ମୁଖ୍ୟମନ୍ତ୍ରୀ) ଭାବି ଦିଅନ୍ତୁ। ଯାତ୍ରା ପରିବେଷଣ କାର୍ତ୍ତିକ ମାସ ପରେ ଯଦି ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ କରାନଯାଏ, ତା’ହେଲେ ସମସ୍ତ କଳାକାର ପେଟ୍ରୋଲ ଢାଳି ଦିଆସିଲି ଲଗାଇ ସମସ୍ତେ ରାଜରାସ୍ତାରେ ମରିବେ।’ ଏହାସହ ରାନୀ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ ଉପରେ ମଧ୍ୟ ବର୍ଷିଛନ୍ତି।

 

You might also like