ମୁହଁ ଖୋଲିଲେ ଗିରଫ ଜଟଣୀ ଅାଇଅାଇସି ସଂଜୀବ ମହାନ୍ତି

ଖୋର୍ଦ୍ଧା : ମୁହଁ ଖୋଲିଲେ ଲାଞ୍ଚ ନେଇ ଗିରଫ ହୋଇଥିବା ଜଟଣୀ ଅାଇଅାଇସି ସଂଜିବ ମହାନ୍ତି। କହିଲେ, ଗୋଅା ଯାଇନି, ଟାଙ୍ଗୀ ମହିଳା ଏସଅାଇଙ୍କ ସହ  ଅର୍ଥ କାରବାରର କୌଣସି ଲିଙ୍କ୍‌ ନାହିଁ। ଟିଟୋ ସହ କେଉଁ ପୁଲିସ ବାବୁଙ୍କର ଲିଙ୍କ୍‌ ଅଛି ତାର ଖୋଳତାଡ ହେଉ ବୋଲି ସେ କହିଛନ୍ତି।

ଶନିବାର ଭୁବନେଶ୍ୱର ଭିଜିଲାନସ କୋର୍ଟରେ ହାଜିରା ତାରିଖ ଥିବାବେଳେ ସଂଜିବ କୋର୍ଟରେ ହାଜର ହୋଇ ପ୍ରତିକ୍ରିୟା ରଖିଛନ୍ତି । ୫୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଂଜୀବ ଭିଜିଲାନସ ଦ୍ୱାରା ଗିରଫ ହୋଇଥିଲେ। ତାପରେ ଅାୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘର ଉପରେ ଚଢାଉ ହୋଇଥିଲା।

ପରବର୍ତ୍ତୀ ସମୟରେ ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କ୍ ନେଇ ମଧ୍ୟ ପ୍ରମାଣ ଅାସିଥିଲା। ଟିଟୋ ଭାଇ ସପୋର ଏକ ଭାଇରାଲ ଭିଡିଓରେ ଖୁଲମଖୁଲା ସେ ଅାଇଅାଇସି ସଂଜିବଙ୍କ ଟିଟୋ ଲିଙ୍କ୍‌ ନେଇ କହିଥିଲା। ଏସବୁ ଦିଗକୁ ନେଇ ଏବେ ପୁଲିସ ଖୋଲତାଡ କରୁଛି।

You might also like