ବାଲେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲ୍ଲା ବସ୍ତା ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ମଥାନି ଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ଆଜି ସକାଳ ୬ଟା ରେ ୫.୮୦ ମିଟର ଉପରେ ଜଳ ପ୍ରବାହିତ ହେଉଛି।
କେବଳ ଜଳକା ନୁହେଁ ସ୍ୱନ ଓ ଗଙ୍ଗାହାର ନଦୀରେ ବି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ରେମୁଣାର ସିରାକୋଇଲି, ଗାଙ୍ଗପୁରା ଆଦି ଗାଁରେ ପାଣି ପଶିଛି।
ଯଦି ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ ତେବେ ବସ୍ତା ବ୍ଲକ୍ର ମଥାନି, ବାହାର୍ଦା, ସଦାନନ୍ଦପୁର, ବରୁଣଗଡ଼ିଆ, ଚକୁରାଇ, ରାଉତପଡ଼ା ସମେତ ସଦର ବ୍ଲକ୍ର କିଛି ପଞ୍ଚାୟତ ପ୍ରଭାବିତ ହୋଇପାରେ ବୋଲି ଜଣାପଡ଼ିଛି।
ସେପଟେ ଲଗାଣ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲାର କିଛି ତଳିଆ ଅଞ୍ଚଳରେ ବର୍ଷା ପାଣି ମାଡ଼ି ଯାଇଛି।