କରୋନା ଲଢ଼େଇରେ ନୂଆ ଚ୍ୟାଲେଞ୍ଜ ଯାଜପୁରର କଟିକଟା ପଞ୍ଚାୟତ; ୭ ଦିନରେ ୨୧ ପଜିଟିଭ୍

ଯାଜପୁର: କରୋନା ଲଢ଼େଇରେ ନୂଆ ଚ୍ୟାଲେଞ୍ଜ ପାଲଟିଛି ଯାଜପୁରର କଟିକଟା ପଞ୍ଚାୟତ। ୭ ଦିନରେ କେବଳ ଗୋଟିଏ ପଞ୍ଚାୟତରୁ ୨୧ ପଜିଟିଭ୍ ବାହାରିବା ପ୍ରଶାସନର ନିଦ ହଜାଇଦେଲାଣି।

ହେଲେ କଟିକଟାରେ ଦ୍ରୁତ ଗତିରେ ସଂକ୍ରମଣ ବୃଦ୍ଧି ପାଇଁ ଆଜି ସ୍ଥାନୀୟ ଲୋକଙ୍କ ଦାୟିତ୍ୱହୀନତାକୁ ଦାୟୀ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ଧଳ। କ୍ୱାରେଣ୍ଟିନ୍ ନିୟମ ନମାନି ଲୋକେ ବୁଲା ବୁଲି କରିବାରୁ ଏଭଳି ସ୍ଥିତି ଉପୁଜିଛି ବୋଲି ସେ କହିଛନ୍ତି।

କରୋନା ଯୁଦ୍ଧରେ ନୂଆ ଚ୍ୟାଲେଞ୍ଜ ଯାଜପୁରର କଟିକଟା ପଞ୍ଚାୟତା। ରାଜ୍ୟର ଏକମାତ୍ର ପଞ୍ଚାୟତ ଭାବେ ଏଇଠୁ ୨୧ ଜଣ କୋଭିଡ୍ ପଜିଟିଭ୍ ବାହାରିଲେଣି।  ଏପ୍ରିଲ ୨୫ ତାରିଖରେ ପ୍ରଥମେ ୪ ଜଣ ଚିହ୍ନଟ ହେଲେ ଆଉ ମାତ୍ର ସପ୍ତାହକ ଭିତରେ ୨୧ରେ ପହଞ୍ଚିଗଲା ସଂକ୍ରମିତଙ୍କ ସଂଖ୍ୟା।

୫ ଜଣ ପଶ୍ଚିମବଙ୍ଗ ଫେରନ୍ତାଙ୍କଠୁ ଅନ୍ୟ ୧୬ ଜଣଙ୍କୁ ବ୍ୟାପିଗଲାଣି କୋଭିଡ୍ ଭୂତାଣୁ। ପଜିଟିଭ୍ ବାହାରିବା ଦିନରୁ ସାରା ପଞ୍ଚାୟତକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯିବା ସତ୍ତ୍ୱେ ଭିତରେ ଭିତରେ ମାଡ଼ି ଚାଲିଛି ଭୂତାଣୁ।

ହେଲେ ସମସ୍ତ ବ୍ୟବସ୍ଥା ସତ୍ତ୍ୱେ ଏଠି କାହିଁକି ବଢୁଛି ସଂଖ୍ୟା? ଏଥିପାଇଁ ସ୍ଥାନୀୟ ବାସିନ୍ଦାଙ୍କ ଦାୟିତ୍ୱହୀନତାକୁ ଦାୟୀ କରିଛନ୍ତି ସରକାର ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ।

ଆଜି ସ୍ପଷ୍ଟ କହିଛନ୍ତି ଲୋକେ କ୍ୱାରେଣ୍ଟିନ୍ ନିୟମ ସଠିକ୍ ଭାବେ ପାଳନ ନକରି ବୁଲାବୁଲି କରିବାରୁ ଏଭଳି ସ୍ଥିତି ଉପୁଜିଛି। ଏ ସଂଖ୍ୟା ଆଗକୁ ଆହୁରି ବି ବଢ଼ିପାରେ ସ୍ଥାନୀୟ ବାସିନ୍ଦା ବି କହିଛନ୍ତି। କିଛି ଅପରିଣାମଦର୍ଶୀଙ୍କ ପାଇଁ ପୂରା ଅଞ୍ଚଳବାସୀ ଏବେ ବିପଦରେ।

ଏପଟେ ସାମଗ୍ରିକ ଭାବେ ଯାଜପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟାକୁ ନେଇ ବି ଚିନ୍ତା ବଢ଼ିଛି। ଏପ୍ରିଲ ୩ରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ପରଠୁ ମାସେ ଭିତରେ ଜିଲ୍ଲାରେ ୪୮କୁ ବଢ଼ିଗଲାଣି ସଂଖ୍ୟା।

ଏପରିକି ଆକ୍ରାନ୍ତଙ୍କ ସଂଖ୍ୟାରେ ଖୋର୍ଦ୍ଧାକୁ ଟପିଗଲାଣି ଯାଜପୁର। ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ ସମସ୍ତଙ୍କର ରହିଛି ବଙ୍ଗ ଲିଙ୍କ୍ ହେଲେ ଏତେ ଜଗିଲା ପରେ କେଉଁ ଗଳାବାଟ ଦେଇ ଏମାନେ ଜିଲ୍ଲାକୁ ପଶିଲେ, ଏବଂ କ୍ୱାରେଣ୍ଟାଇନ୍‌ରେ ନ ରହି ରୋଗ ବଢ଼ାଇଲେ ତାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି।

ସ୍ଥିତି ଏପରି ହୋଇଛି ଯେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି ସିନା ନିୟନ୍ତ୍ରଣର ନା ନେଉନି। ଏପରିକି ଗତ ୧୦ ଦିନ ଭିତରେ ଜିଲ୍ଲାରୁ ୪୦ ଜଣ ଚିହ୍ନଟ ହେଲେଣି। ସେପଟେ ସାରା ଜିଲ୍ଲାରେ ସ୍ଥିତି ବର୍ତ୍ତମାନ ଜଟିଳ ବୋଲି ସ୍ୱୀକାର କରିବା ସହ କଟିକଟାର ସ୍ଥିତି ଉପରେ ଅଧିକ ଧ୍ୟାନ ଦିଆଯାଉଥିବା କହିଛନ୍ତି ସ୍ଥାନୀୟ ନୋଡାଲ୍ ଅଫିସର ଡାକ୍ତର ବିନ୍ଦୁ ସାଗର ସାମଲ।

କୋଭିଡ୍ ଲଢ଼େଇରେ ୧୦ ପ୍ରତିଶତ ଲୋକଙ୍କ ଅବହେଳା ସମସ୍ୟାକୁ ଶହେଗୁଣ ବଢ଼ାଇ ଦିଏ, କଟିକଟା ତାର ବଡ଼ ଉଦାହରଣ। ମୋଟ୍ ୪ ହଜାର ୫ଶହ ଜନସଂଖ୍ୟା ବିଶିଷ୍ଟ କଟକଟା ପଞ୍ଚାୟତରୁ ଏପର୍ଯ୍ୟନ୍ତ ୬୩୦ ଜଣଙ୍କ ନମୁନା ପରୀକ୍ଷଣ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ୩ ଜୀବନ

ଓଡ଼ିଶାର ଏଇ ପ୍ରମୁଖ ସହର ୨ ଦିନ ସଟଡାଉନ୍

ଦୈନିକ ସାଢେ ୪ ଘଣ୍ଟା ହେବ ଗୃହ କାର୍ଯ୍ୟ

‘ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମନେପଡ଼େ ନିର୍ବାଚନ ମଣ୍ଡଳୀ କଥା’

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ସରକାରଙ୍କ ଭେଟି

ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

୧,୭୦୯ ଜଣ ପୋଲିସ୍ କର୍ମଚାରୀଙ୍କୁ ଦିଆଯିବ ‘ଆନ୍ତରିକ ସୁରକ୍ଷା ସେବା ପଦକ’

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

You might also like