• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita
  • ବିପଦସଙ୍କୁଳ ଅବସ୍ଥାରେ ବ୍ୟାସନଗର ପାନ୍ଥଶାଳା
  • ପ୍ରାଶାସନିକ ଅବହେଳାରୁ ଖତ ଖାଉଛି କୋଟି କୋଟି ଟଙ୍କାର ସଂପତ୍ତି
  • ପାନ୍ଥଶାଳାର ପୁନରୁଦ୍ଧାର ପାଇଁ ସାଧାରଣରେ ଦାବି

ଯାଜପୁର(ଅଭୟ ପତି) : ଦିନ ଥିଲା ସେଠି ଆଶ୍ରୟ ନେଉଥିଲେ ପର୍ଯ୍ୟଟକ । ଦୂର ଦୂରାନ୍ତରୁ ଆସୁଥିବା ଲୋକଙ୍କ ପାଇଁ ସହଜ ସୁବିଧା ଥିଲା ରାତ୍ରୀ ରହଣୀ । ମାତ୍ର ଆଜି ସେହି ସ୍ଥାନ ପଡ଼ି ରହିଛି ଜରାଜୀର୍ଣ୍ଣ ଅବସ୍ଥାରେ । ଅନେକଙ୍କ ଆଶ୍ରୟସ୍ଥଳୀ ସାଜିଥିବା ପାନ୍ଥନିବାସ ଆଜି ପାଲଟିଛି ଭୂତକୋଠି ପାଲଟିଛି । ଲୋକେ ସେଠାକୁ ଯିବାପାଇଁ ଡରୁଛନ୍ତି ।

ଖତଖାଉଛି ଯାଜପୁର ବ୍ୟାସନଗର ପୌର ପରିଷଦ ୯ ନମ୍ବର ଓ୍ୱାର୍ଡରେ ଥିବା ପାନ୍ଥଶାଳା । ସରକାରଙ୍କ କୋଟି କୋଟି ଟଙ୍କାର ସଂପତ୍ତି ପ୍ରାଶାସନିକ ଅବହେଳାରୁ ଆଜି ଏହା ଭୂତକୋଠିରେ ପରିଣତ ହୋଇଛି । ପାନ୍ଥଶାଳା ପରିସର ପାଲଟିଛି ଅସାମାଜିକଙ୍କ ଆଡ୍ଡାସ୍ଥଳୀ ।  ବର୍ଷ ବର୍ଷ ଧରି ଏଠାରେ ପଡ଼ିନି କାହାରି ପାଦ ଅପରିଷ୍କାର ଓ ଆବର୍ଜନାରେ ପରିପୂର୍ଣ୍ଣ । ଆଖପାଖ ଅଞ୍ଚଳ ଘରର ଅବସ୍ଥା ବି କମ୍ ନୁହେଁ । ଛାତରୁ ଖସୁଛି ସିମେଣ୍ଟ, ବିଲ୍ଡିଂ ଉପରକୁ ମାଡ଼ି ଗଲାଣି ଅନାବନା ଗଛ । କବାଟ ଝରକା ଓ ଅରସବାବପତ୍ର ସବୁକିଛି ଭାଙ୍ଗିରୁଜି ଗଲାଣି  ।

 

ପାନ୍ଥଶାଳା ପାଇଁ କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ନିଆଯାଇ ନାହିଁ । ଫଳରେ ପାନ୍ଥଶାଳରେ ଏବେ ଚୋରଖଣ୍ଟଙ୍କ ଆଶ୍ରୟସ୍ଥଳୀ ପାଲଟିଛି ବୋଲି କହିଛନ୍ତି ଆଇନଜୀବୀ ମନୀନ୍ଦ୍ର ଧଳ । ତେବେ ଏନେଇ ବ୍ୟାସନଗର ପୌର ପରିଷଦର ପୂର୍ବତନ କାଉନସେଲର କହିଛନ୍ତି, ସରକାରକା ମାଲ ଦରିଆ ମେ ଡାଲ ନକରି ଏହାର ପୁନରୁଦ୍ଧାର କରାଯାଉ । ଓଟିଡିସି ଗୁରୁତ୍ୱ ଦେଇ ଏହି ପାନ୍ଥଶାଳାର ନବୀକରଣ କରାଇବା ଉଠିଚ୍ । ଅନ୍ୟପଟେ ପାନ୍ଥଶାଳର କିଛି ପୂର୍ବତନ କର୍ମଚାରୀ କହିଛନ୍ତି, ପୂର୍ବରୁ ଠିକଠାକ୍ ଚାଲିଥିଲା । କିନ୍ତୁ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିବାରୁ ଚାକିରି ହରାଇ ସେମାନେ ଦିନ ମଜୁରିଆ କାମ କରୁଛନ୍ତି । 

ପର୍ଯ୍ୟଟକଙ୍କ ସୁବିଧା ପାଇଁ ୧୯୮୩ ମସିହାରେ ନିର୍ମାଣ ହୋଇଥିଲା । ପାନ୍ଥଶାଳା ୨୦୦୪ରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଏହାର ନବୀକରଣ ମଧ୍ୟ ହୋଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ପ୍ରଶାସନର ଅବହେଳାରୁ ଏହାର ଅବନତି ଘଟିଥିଲା । ଜିଲ୍ଲାରେ ଏବେ ଅନେକ ପର୍ଯ୍ୟଟନସ୍ଥଳୀ ରହିଥିବା ବେଳେ ପର୍ଯ୍ୟଟକଙ୍କ ରହିବା ପାଇଁ କୌଣସି ସୁବିଧା ନାହିଁ । ଏଭଳି ସ୍ଥିତିରେ ପାନ୍ଥଶାଳାର ପୁନରୁଦ୍ଧାର କରିବା ପାଇଁ ସାଧାରଣରେ ଦାବି ହୋଇଛି  । ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

 

 

 

 

 

Jajpur-panthasala-in-ruins
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories