ବିଚ୍ ରାସ୍ତାରୁ ଯୁବତୀଙ୍କୁ ଅପହରଣ

ଯୁବତୀଙ୍କୁ ବିଚ୍ ରାସ୍ତାରୁ ଅପହରଣ ଅଭିଯୋଗ

କେନ୍ଦ୍ରାପଡା: ଯୁବତୀଙ୍କୁ ବିଚ୍ ରାସ୍ତାରୁ ଅପହରଣ ଅଭିଯୋଗ। ପ୍ରଥମେ ଅପହରଣ ଓ ପରେ ବଳପୂର୍ବକ ବିବାହ କରାଇବାକୁ ଉଦ୍ୟମ କରାଯାଇଛି। ଏଭଳି କିଛି ଅଭିଯୋଗ ଆସିଛି ଯାଜପୁର ଧର୍ମଶାଳା ଅଞ୍ଚଳରୁ। ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଯାଇଥିଲେ। ପରେ ତାଙ୍କୁ ସେଠୁ ଅପହରଣ କରି ନେଇଥିଲେ ଜଣେ ଯୁବକ। ବଳପୂର୍ବକ ଭାବେ ତାଙ୍କୁ ରଖି ବିବାହ କରିବାକୁ ଚେଷ୍ଟା କରିଛନ୍ତି।

ଏପରିକି ଯାଜପୁରରୁ କଟକ, ପୁରୀ ଭଳି ବିଭିନ୍ନ ସହରକୁ ଯୁବତୀଙ୍କୁ ନେଇ ଯାଇଥିବା ପୀଡ଼ିତାଙ୍କ ପରିବାରଲୋକେ ଅଭିଯୋଗ କରିଛନ୍ତି। ଘଟଣାରେ ଅଭିଯୁକ୍ତ ଯୁବକଙ୍କ ବାପାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଚଳିତ ମାସ ୬ ତାରିଖରେ ଘଟଣାକୁ ନେଇ ଅଭିଯୋଗ ହେବା ପରେ ବି ଅଭିଯୁକ୍ତ କିମ୍ବା ଅପହୃତ ଯୁବତୀଙ୍କ ସମ୍ପର୍କରେ କୌଣସି ତଥ୍ୟ ଜଣାପଡ଼ିନି।

You might also like