ନିଖୋଜ ଶିଶୁ ପିହୁର ନିଖୋଜ ପୋଷ୍ଟ ମାରିଲା ପୋଲିସ

ପୋଷ୍ଟର ଲାଗିଲା ପିହୁର

ଯାଜପୁର:(ଗୁଲାମ ଗସ୍) ଯାଜପୁର ବିଂଝାରପୁର ବ୍ଲକ ମଧୁସୂଦନପୁର ଗାଁର ୨ ବର୍ଷର ଶିଶୁକନ୍ୟା ପିହୁ ନିଖୋଜ ନେଇ ପୋଷ୍ଟର ମରାଯାଇଛି। ସହରର ବିଭିନ୍ନ ସ୍ଥାନ ଓ ଯାତ୍ରୀବାହୀ ଯାନରେ ପୋଷ୍ଟର ମାରିଛି ସ୍ଥାନୀୟ ପୋଲିସ୍। ପୀହୁ ସଂପର୍କରେ ଯେ କେହି ସୂଚନା ଦେଲେ ୨୦ ହଜାର ଟଙ୍କା ପୁରସ୍କାର ଦେବାକୁ ପୋଷ୍ଟରରେ ଉଲ୍ଲେଖ ରହିଛି।

ଏପଟେ ଆଜି ପୋଲିସ ପିହୁର ଗାଁ ମଧୁସୂଦନପୁରରେ ପହଁଛି ନିକଟସ୍ଥ ପୋଖରୀ ଗୁଡିକରେ ଖୋଜାଖୋଜି କରୁଛି। ପୋଲିସ ପିହୁର ଘର ନିକଟରେ ଥିବା ଏକ ପୋଖରୀରେ ପମ୍ପ ଲଗାଇ ଶୁଖାଉଛି। ଶୁଖିଲା ପରେ ସେଠାରେ ପୋଲିସ ପକ୍ଷରୁ ଖୋଜାଖୋଜି କରାଯିବ ବୋଲି ଜଣାପଡିଛି। ପୋଲିସ ବିଭିନ୍ନ ଦିଗକୁ ନେଇ ଏବେ ତଦନ୍ତକୁ ଜୋରଦାର କରିଥିବା ଦେଖାଦେଇଛି। ଇତିମଧ୍ୟରେ ପିହୁ ନିଖୋଜ ଘଟଣାକୁ ୬ମାସ ବିତିଛି। ହେଲେ ଏପର୍ଯ୍ୟନ୍ତ ପିଲାର କୌଣସି ପତ୍ତା ମିଳିନାହିଁ।

 

You might also like