ପ୍ରତୀକ୍ଷା ଓ ଜଗା ଏକ ସଫଳ ପ୍ରେମକାହାଣୀର ଉଦାହରଣ

ଯାଜପୁର: ପ୍ରେମ ଅନ୍ଧ, ପବିତ୍ର ଓ ଶାଶ୍ୱତ। ଜନ୍ମରୁ ଦୁଇଟି ହାତ ନାହିଁ ତଥାପି ଜଗନ୍ନାଥଙ୍କ ଲାଗି ସାହା ପାଲଟିଛନ୍ତି ପତ୍ନୀ ପ୍ରତୀକ୍ଷା ସେଠୀ।

୪ ବର୍ଷ ପୂର୍ବେ ଛେଳି ଚରାଉଥିବା ବେଳେ ଜଗନ୍ନାଥଙ୍କ ପ୍ରେମରେ ପଡ଼ିଥିଲେ ପ୍ରତୀକ୍ଷା। ଦିବ୍ୟାଙ୍ଗ ହେଲେ ବି ଜଗନ୍ନାଥଙ୍କୁ ନେଇ ସଂସାର ଗଢିବେ ବୋଲି ମନକଲେ। ଆଉ ଏବେ ସମାଜରେ ଏହି ପ୍ରେମିକ ଦମ୍ପତ୍ତି ଅନ୍ୟ ମାନଙ୍କ ଲାଗି ସାଜିଛନ୍ତି ଉଦାହରଣ।

ସାହି ପଡ଼ିଶା ଜଗାର ଭଲ ପାଇବା କଥା ଶୁଣି ବିଶ୍ୱାସ କରିନଥିଲେ। ଜଣେ ଝିଅ ଜଣେ ହାତ ନଥିବା ଦିବ୍ୟାଙ୍ଗଙ୍କୁ ନିଜର ଜୀବନ ସାଥି କରିବ ବୋଲି କେହି ଆଶା ରଖିନଥିଲେ। କିନ୍ତୁ ଜଗାର ଭଲ ପାଇବା ପାଖରେ ହାର ମାନିଥିଲେ ପ୍ରେମିକା ପ୍ରତୀକ୍ଷା।

ନିଜକୁ 18 ବର୍ଷ ହେବା ପରେ ଜଗାକୁ  କୋର୍ଟରେ ବିବାହ କରି ପ୍ରେମିକରୁ ସ୍ୱାମୀ ଭାବେ ଗ୍ରହଣ କରିଛନ୍ତି ପ୍ରତୀକ୍ଷା। ବିବାହ ପରେ ଉଭୟ ପତିପତ୍ନୀ ବହୁ ଖୁସିରେ ରହିଥିବା କହିଛନ୍ତି ପତ୍ନୀ ପ୍ରତୀକ୍ଷା।

ଏବେ ଜଗା ଦିବ୍ୟାଙ୍ଗ ନୁହେଁ। ହାତର ଆବଶ୍ୟକତା ଥିବା ସବୁ କାର୍ଯ୍ୟରେ ପତ୍ନୀ ନିଜର ଦୁଇ ହାତକୁ

ସମର୍ପି ଦେଇଛନ୍ତି। କିନ୍ତୁ ଦୁଃଖର ବିଷୟ, ଜଗାଙ୍କୁ ଏ ଯାଏଁ ସରକାରୀ ସୁବିଧା ମିଳିପାରିନାହିଁ।

ଜଗା ଏବଂ ପ୍ରତୀକ୍ଷା ନିଜର ପ୍ରେମରେ ସଫଳତା ପାଇଁ ପ୍ରେମର ଅମୂଲ୍ୟ ମୂଲ୍ୟକୁ ଭିନ୍ନ ରୂପ ଦେଇଛନ୍ତି। ସେମାନେ ପ୍ରମାଣିତ କରିଛନ୍ତି ପ୍ରେମ ପାଖରେ ଧନୀ ଗରିବ, ଅସହାୟତାର କିଛି ମାନେ ନାହିଁ

You might also like