ଯାଜପୁରର ଏହି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ପ୍ରଶାସନ

ଯାଜପୁର: ଯାଜପୁର ମ୍ୟୁନିସିପାଲିଟିର ହାବେଳିବଜାରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ଜିଲ୍ଲା ପ୍ରଶାସନ। ହାବେଳିବଜାର ଅଞ୍ଚଳରୁ ଜଣେ ପଜିଟିଭ ଚିହ୍ନଟ ପରେ ମେ ୧୨ରୁ ଜୁନ୍ ୯ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।

ଆଜି ସକାଳ ୭ଟାରୁ ଜୁନ ୯ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହେବ। ହାବେଳିବଜାର ଓ୍ୱାର୍ଡ ନମ୍ବର ୧, ୮ ଓ ୯କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।

କଣ୍ଟେନମେଣ୍ଟ ଜୋନ ପାଇଁ ମାର୍କଣ୍ଡପୁର ମ୍ୟୁନିସପାଲଟି ଅଧିକାରୀଙ୍କୁ ନୋଡାଲ ଅଧିକାରୀ ଦାୟିତ୍ୱ ଦିଆଯାଇଛି। ଏହାସହ ଯାଜପୁର ତହସିଲଦାରଙ୍କୁ ମଧ୍ୟ ନୋଡାଲ ଅଧିକାରୀ ଦାୟିତ୍ୱ ଦିଆଯାଇଛି।  କଣ୍ଟେମେଣ୍ଟ ଜୋନ ଭିତରୁ ବାହାରକୁ କିମ୍ବା ବାହାରୁ ଭିତରକୁ ଲୋକଙ୍କୁ ପ୍ରବେଶ ବାରଣ ରହିଛି। କଣ୍ଟେନମେଣ୍ଟ ଅଞ୍ଚଳରେ ପ୍ରଶାସନ ଦ୍ୱାରା ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ।

You might also like