କରୋନା ପାଇଁ କଠୋର ହେଲା କଟକଣା

ଯାଜପୁର: କରୋନା ସ୍ଥିତିକୁ ନେଇ ଆଜିଠାରୁ ଯାଜପୁର ଜିଲ୍ଲାରେ କଠୋର ହେଲା କଟକଣା। ସକାଳ ୬ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଖୋଲା ରହିବ ଦୋକାନ ବଜାର। କିନ୍ତୁ ଦିନସାରା ଔଷଧ ଏବଂ ପାଥୋଲାବ୍ ଖୋଲାଯାଇ ପାରିବ। କର୍ଫ୍ୟୁ ସମୟରେ ବାହାରକୁ ବାହାରୁଥିବା ଅମାନିଆଙ୍କ ଉପରେ ଫାଇନ୍‌ ଆକାରରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ଅଯଥା ଚାଲିଚାଲି କିମ୍ବା ସାଇକେଲରେ ଗଲେ ପ୍ରଥମେ ୨ଶହ ପରେ ୫ଶହ ଟଙ୍କା ଜରିମାନା ହେବ।ସେହିଭଳି ବାଇକ୍‌ରେ ଗଲେ ପ୍ରଥମେ ୫ଶହ ଏବଂ ପରେ ୧ ହଜାର ଟଙ୍କା ଜରିମାନା ଦେବେ ଅମାନିଆ। ଆଉ କାରରେ ବୁଲୁଥିଲେ ପ୍ରଥମ ଦଫାରେ ୧ ହଜାର ଟଙ୍କା ଦଣ୍ଡ ହେବ ବୋଲି ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ସେହିଭଳି ବିନା ମାସ୍କରେ ବାହାରେ ବୁଲୁଥିଲେ ପ୍ରଥମେ ୫ଶହ ଟଙ୍କା ଏବଂ ପରେ ୧ ହଜାର ଟଙ୍କା ଦଣ୍ଡ ହେବ। ପାନପିକ କିମ୍ବା ବାହାରେ ଛେପ ପକାଇଲେ ପ୍ରଥମେ ୫ଶହ ଟଙ୍କା ଏବଂ ପରେ ୧ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ।

ଦୋକାନୀ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ସାମାଜିକ ଦୂରତା ନିୟମ ପାଳନ ନକଲେ ୫ଶହ ଏବଂ ପରେ ୧ ହଜାର ଟଙ୍କା ଜରିମାନା ହେବ ବୋଲି ନିର୍ଦ୍ଦେଶ ଜାରି କରିଛନ୍ତି ଜିଲ୍ଲାପାଳ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଜିଲ୍ଲାରେ ୩ ଦିନରେ ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ପରେ ଏଭଳି କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି ଯାଜପୁର ଜିଲ୍ଲାପାଳ।

ଆହୁରି ପଢ଼ନ୍ତୁ

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

୨୪ ଘଣ୍ଟାରେ ଓଡ଼ିଶାରେ ୪,୩୩୦ କରୋନା ପଜିଟିଭ୍‌ ଚିହ୍ନଟ: ଖୋର୍ଦ୍ଧାରୁ ୬୪୪, କଟକରୁ ୫୪୯

ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି, ଆସନ୍ତା ୩ ଦିନ ଯାଏ ବର୍ଷା ସମ୍ଭାବନା

ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ

‘ଜ୍ୱାଇଁ ମୋ ଝିଅ ବେକରେ ଦଉଡ଼ି ଲଗାଇ ମାରି ଦେଇଛନ୍ତି’ 

ବର୍ଷା ହେବାରୁ ଗଛତଳେ ଆଶ୍ରୟ ନେଇଥିଲେ, ହଠାତ୍‌ ହେଲା ବଜ୍ରପାତ

ଆଜି ପୁଣି ସୁସ୍ଥ ସଂଖ୍ୟା ୪ହଜାର ଟପିଲା

‘କରୋନାରୁ ଆରୋଗ୍ୟ ପରେ ବି ହୋଇପାରେ ସଂକ୍ରମଣ’

You might also like