ପୁତୁରାର କଟୁରୀ ଚୋଟରେ ଦାଦାର ମୃତ୍ୟୁ

ପୁତୁରା କଟୁରୀ ଆକ୍ରମଣରେ ଦାଦାର ମୃତ୍ୟୁ

ଯାଜପୁର(ଗୁଲାମ ଗସ୍): ନିଶାସକ୍ତ ପୁତୁରାର କଟୁରୀ ଚୋଟରେ ଦାଦାର ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲ ବରୀ ରାମଚନ୍ଦ୍ରପୁର ଥାନା ରମ୍ପା ଗ୍ରାମରେ। ମୃତକ ଜଣକ ହେଉଛନ୍ତି, ଦେବେନ୍ଦ୍ର ବାହାଲିଆ । ଗ୍ରାମର ପିୟୁଷକାନ୍ତ ବାହାଲିଆ ସର୍ବଦା ନିଶାସକ୍ତ ରହି ଗ୍ରାମବାସୀ ଓ ପରିବାର ଲୋକମାନଙ୍କ ଡରାଇ ଧମକାଇ ରଖୁଥିଲେ । ପରିବାରରେ ଦାଦା ଦେବେନ୍ଦ୍ର ମଧ୍ୟ ପୁତୁରାର କାର୍ଯ୍ୟକଳାପରେ ଅତିଷ୍ଠ ହୋଇପଡିଥିଲେ ଏବଂ ଏହାକୁ ବିରୋଧ ମଧ୍ୟ କରୁଥିଲେ । ଏନେଇ ପୁତୁରାର ଦାଦାଙ୍କ ଉପରେ ପୂର୍ବରୁ ରାଗ ରହିଥିଲା ।

ତେବେ ଆଜି ମଧ୍ୟାହ୍ନରେ ଦେବେନ୍ଦ୍ର ଘରେ ବସି ଖାଉଥିବା ସମୟରେ ପିୟୁଷ ତାଙ୍କୁ ଏକ କଟୁରୀରେ ଆକ୍ରମଣ କରିଥିଲା । ଫଳରେ ସେ ଗୁରୁତର ହୋଇପଡିଥିଲେ । ପରିବାର ଲୋକେ ତାଙ୍କୁ ପ୍ରଥମେ ବରୀ ଓ ପରେ ଯାଜପୁର ମୁଖ୍ୟ ମେଡିକାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣା ପରେ ଅଭିଯୁକ୍ତ ପୁତୁରା ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ଖବର ପାଇ ପୋଲିସ ସେଠାରେ ପହଁଚି କଟୁରୀ ଜବତ କରିବା ସହିତ ଘଟଣାର ତଦନ୍ତ ଚଳାଇଛି। ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ପୁତୁରାକୁ ପୋଲିସ ଗିରଫ କରିଛି।

You might also like