୩ ଦିନରେ ୩ ମୁଣ୍ଡ ନେଲା କରୋନା, ୬ ଦିନ ପାଇଁ ସଟ୍‌ଡାଉନ୍‌‌ ଘୋଷଣା ହେଲା ଜାହାଡ଼ା ପଞ୍ଚାୟତ

ଆସିକା: ରାଜ୍ୟରେ ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି। ପ୍ରତ୍ୟେକ ଦିନ ଜିଲ୍ଲାରୁ ଆକ୍ରାନ୍ତମାନେ ଚିହ୍ନଟ ହେଉଥିବାବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି।

ତେବେ ଧରାକୋଟ ବ୍ଲକ୍‌ ଜାହାଡ଼ା ପଞ୍ଚାୟତରେ ୩ ଦିନରେ କରୋନା ୩ ଜଣଙ୍କ ମୁଣ୍ଡ ନେଇଛି। ମୃତକଙ୍କ ମଧ୍ୟରେ ଧରାକୋଟ ବ୍ଲକ୍‌ ଉପାଧ୍ୟକ୍ଷ ଭଗବାନ ସ୍ୱାଇଁ ଅଛନ୍ତି। ଏହି ଘଟଣା ପରେ ଜାହାଡ଼ା ପଞ୍ଚାୟତକୁ ୬ ଦିନ ପାଇଁ ସରପଞ୍ଚ ସଟ୍‌ଡାଉନ୍‌‌ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ଧରାକୋଟ ବ୍ଲକ ଉପାଧ୍ୟକ୍ଷ ଭଗବାନ ସ୍ୱାଇଁ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାବ୍‌ ଟେଷ୍ଟ ପାଇଁ ଯାଇଥିବା ବେଳେ ଗତ ୨୫ ତାରିଖରେ ତାଙ୍କର ମୃତ୍ୟୁ ହେଲା।  ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇ ନ ଯାଇ ସରକାରୀ ଗାଇଡଲାଇନ୍‌ ଅନୁଯାୟୀ ଶବ ସତ୍କାର କରାଯାଇଥିଲା। ବ୍ଲକ ଉପାଧ୍ୟକ୍ଷ ଭଗବାନ ସ୍ୱାଇଁଙ୍କ ପୂର୍ବରୁ ଉକ୍ତ ପଞ୍ଚାୟତର ଆଉ ୨ ଜଣଙ୍କର ମଧ୍ୟ କରୋନା ଯୋଗୁ ମୃତ୍ୟୁ ଘଟିଥିଲା।

ଆହୁରି ମଧ୍ୟ ପଢ଼ନ୍ତୁ: ଗଞ୍ଜାମରେ ଆଉ ୧୮ କରୋନା ଯୋଦ୍ଧାଙ୍କୁ କରୋନା

ଆହୁରି ପଢ଼ନ୍ତୁ

ଓଟିଭି ଏମ୍‌ଡିଙ୍କ ବିରୋଧରେ ପୁଣି ଏକ ଅଭିଯୋଗ

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ଦିନକରେ ୧୬ କରୋନା ରୋଗୀ ଆଖି ବୁଜିଲେ

୨୪ ଘଣ୍ଟାରେ ଚିହ୍ନଟ ହେଲେ ୪, ୩୫୬ କରୋନା ଆକ୍ରାନ୍ତ, ରେକର୍ଡ ଭାଙ୍ଗିଲା ଖୋର୍ଦ୍ଧା‌

ଜବତ ହେଲା ବିପୁଳ ନକଲି କରୋନା ଔଷଧ

ବିଧାନସଭାର ମୌସୁମୀ ଅଧିବେଶନ; ରବିବାର ବି ଚାଲିବ ଗୃହକାର୍ଯ୍ୟ

ବିଧାନସଭା ମୌସୁମୀ ଅଧିବେଶନ; କଭରେଜ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କର ହେବ କରୋନା ଟେଷ୍ଟ

ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଚିଠି ଲେଖିଲେ ନବୀନ

ନାଳରେ ପଶିଗଲା ଚଳନ୍ତା କାର

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

You might also like