ବିନା ମାଟିରେ ଚାଷ ସମ୍ଭବ, ବିଶ୍ୱାସ ହେଉନି ? ଦେଖନ୍ତୁ ଭିଡିଓ

ଜଗତସିଂହପରୁ: ବିନା ମାଟିରେ ଚାଷ ସମ୍ଭବ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ଏହା ସତ। ବିନା ମାଟିରେ ହାଇଡ୍ରୋପେନିକ ପ୍ରଣାଳୀରେ ଚାଷ ହୋଇଛି ଭଳିକି ଭଳି ଲିଫ ଭେଜିଟେବୁଲ। ଘରର ଛାତ ଉପରେ ୮୦୦ ବର୍ଗ ଫୁଟ ପରିମିତ ଜାଗାରେ ଏଭଳି ଚାଷ ହୋଇଛି। ଏହି ଚାଷା କରି ଚର୍ଚ୍ଚାକୁ ଆସିଛନ୍ତି ଜଗତସିଂହପୁର ଜିଲ୍ଲା ସୁଜଙ୍ଗ ଗାଁର ଆଶିଷ ମହାନ୍ତି।

ହାଇଦ୍ରାବାଦରେ ଚାକିରି କରୁଥିବା ଆଶିଷ ଦିନେ ଏ ଚାଷ ନେଇ ପ୍ରଶିକ୍ଷଣରେ ଯୋଗ ଦେବା ପରେ ଏହାକୁ ପେଶା ଭାବେ ଗ୍ରହଣ କରିଛନ୍ତି। ନଭେମ୍ବର ମାସରେ ପ୍ରଥମେ ନିଜ ଘର ଛାତ ଉପରେ ଏହି ଚାଷ ଆରମ୍ଭ କରି ସଫଳ ହୋଇଥିଲେ ଆଶିଷ। ନିଜ ବାଡ଼ିରେ ଥିବା ଖାଲି ସ୍ଥାନରେ ପଲ୍ଲୀହାଉସ  ନିର୍ମାଣ କରି ଲିଫ୍ ଭେଜିଟେବୁଲ ଓ ଏକଜୋଟିକ୍ ଭେଜିଟେବୁଲ ଚାଷ କରିଛନ୍ତି।

ଏହି ଚାଷ ପ୍ରଣାଳୀର ବିଶେଷତ୍ୱ ହେଉଛି ବିନା ମାଟି,ବିନା କେମିକାଲ,ବିନା ପେଷ୍ଟିସାଇଡ୍ ତଥା ୯୦% କମ୍ ପାଣିରେ ଏହି ଚାଷ  ସମ୍ଭବ। ବର୍ତ୍ତମାନ ୨୩୦ ବର୍ଗମିଟର ସ୍ଥାନରେ ୫ ହଜାରରୁ ଅଧିକ ଗଛ ଲଗାଇଛନ୍ତି ଆଶିଷ। ଆଉ ସେଥି ମଧ୍ୟରୁ ତାଙ୍କର ୨ଟି ସେଟଅପ ବିକ୍ରି ହୋଇସାରିଛି। ଆଶିଷଙ୍କ ଏଭଳି ପଦକ୍ଷେପ ପରେ ତାଙ୍କ ବାପା ମାଆ ଖୁସି ବ୍ୟକ୍ତ କରିଛନ୍ତି।

ଉଚ୍ଚଶିକ୍ଷା ଲାଭ ପରେ ଜୀବିକାନିର୍ବାହ ପାଇଁ କେବଳ ଚାକିରୀ ହିଁ ଏକମାତ୍ର ମାଧ୍ୟମ ନୁହେଁ।, ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଜଗତସିଂହପୁର ସୁଜଙ୍ଗ ଗାଁର ଆଶିଷ ମହାନ୍ତି।

You might also like