ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ କାଳିଆକୁ ଫାଶୀ ଦଣ୍ଡାଦେଶ

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ଦେଢ଼ବର୍ଷ ପରେ ଅଭିଯୁକ୍ତକୁ ମିଳିଲା ଫାଶୀ ଦଣ୍ଡାଦେଶ। ୨୫ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଜଗତସିଂହପୁର ଏଡିଜେ ମାମଲାକୁ ବିଚାର କରି ଅଭିଯୁକ୍ତ କାଳିଆ ମାନା ଓରଫ ନବକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି।

୨୦୧୮ ମାର୍ଚ୍ଚ ୨୦ ତାରିଖରେ ଏରସମା ଥାନା ଅଞ୍ଚଳରେ ଜଣେ ନାବାଳିକା ଗାଁ ଦାଣ୍ଡରେ ଖେଳୁଥିଲା। ଏହି ସମୟରେ ଚକୋଲେଟ୍‌ର ଲୋଭ ଦେଖାଇ ଅଭିଯୁକ୍ତ କାଳିଆ ନାବାଳିକାକୁ ନିକଟସ୍ଥ କାଜୁ ଜଙ୍ଗଲକୁ ନେଇ ଯାଇଥିଲା। ସେଠାରେ ତାକୁ ଦୁଷ୍କର୍ମ ପରେ ତଣ୍ଟିଚିପି ହତ୍ୟା କରି ଫିଙ୍ଗି ଦେଇଥିଲା। ପରେ ଅଭିଯୁକ୍ତ ମୃତଦେହ ଉପରେ ଡାଳ ପତ୍ର ପକାଇ ଦେଇ ଦେଇ ଗାଁରୁ ଫେରାର ହୋଇଯିବାକୁ ଉଦ୍ୟମ କରିଥିଲା।

ନାବାଳିକା ଦୁଷ୍କର୍ମ ପରେ ହତ୍ୟା ମାମଲା ପ୍ରଚାରିତ ହେବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଯୁକ୍ତଙ୍କ ଗିରଫ ଦାବିରେ ଗାଁ ଲୋକେ ରାସ୍ତାରୋକ କରିଥିଲେ। ପୁଲିସ ମାମଲା ରୁଜୁ କରି କଟକ ବାଦାମବାଡ଼ିରୁ ଅଭିଯୁକ୍ତ କାଳିଆକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାର ଆଜି ରାୟ ପ୍ରକାଶ ପାଇଛି। ଜଗତସିଂହପୁର ଏଡିଜେ ମାମଲାକୁ ବିଚାର କରି ଅଭିଯୁକ୍ତ କାଳିଆ ମାନାକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି।

ଆହୁରି ପଢ଼ନ୍ତୁ

You might also like