ଜଗତପୁର : କଟକ ଜଗତପୁର ମହାନଦୀ ପଠାରୁ ଜଣେ ଯୁବକଙ୍କ ମୃତଦେହ ବାଲିରେ ପୋତାଯାଇଥିବା ବେଳେ ଉଦ୍ଧାର ମୃତକ ହେଲେ ଜଗତପୁର ମୁଣ୍ଡାସାହି ବସ୍ତିର ଶିବ ସାହୁ। ଅଭିଯୋଗ ଅନୁଯାୟୀ, ଗତ ରବିବାର ଦିନ ମଦ ପିଇବାକୁ କେନ୍ଦ୍ରକରି ବସ୍ତିର କିଛି ଲୋକଙ୍କ ସହ ଶିବର ଗଣ୍ଡଗୋଳ ହୋଇଥିଲା। ଫଳରେ ବସ୍ତିର କିଛି ଯୁବକ ଶିବକୁ ଅାକ୍ରମଣ କରିଥିଲେ।
ତେବେ ସୋମବାର ରାତିରେ ଶିବର ମୃତ୍ୟୁ ହୋଇଥିଲା। ଶିବର ମୃତଦେହକୁ ବସ୍ତିରୁ ଅାଣି ମହାନଦୀ ପଠାରେ ପୋତିଦେଇଥିଲେ ଅାକ୍ରମଣକାରୀ ଯୁବକ। ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ ମହାନଦୀ ପଠାରୁ ମୃତଦେହ ଜବତ କରିବା ସହ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି।