୩୫ ବର୍ଷ ପରେ ଜଙ୍ଗଲରୁ ଫେରିବେ ଜଗପତି

ଭୁବନେଶ୍ୱର: ଅରୁଣାଚଳ ପ୍ରଦେଶର ଏକ ଜଙ୍ଗଲରେ ଫସିରହିଥିବା ଗଜପତି ଜିଲ୍ଲାର ଜଗପତି କାର୍ଜି ଫେରିବେ ଗାଁକୁ। ପ୍ରାୟ ୩୫ ବର୍ଷ ପରେ ତାଙ୍କୁ ଫେରାଇ ଆଣିବାକୁ ପ୍ରୟାସ କରିଛି ଜିଲ୍ଲା ପ୍ରଶାସନ। ଆସନ୍ତା ୨୬ ତାରିଖ ସୁଦ୍ଧା ସେ ଗଜପତି ଫେରିବେ ବୋଲି ଟ୍ୱିଟ୍ କରିଛନ୍ତି ଗଜପତି ଜିଲ୍ଲାପାଳ। ଏଥିପାଇଁ ଆସିଷ୍ଟାଣ୍ଟ ଲେବର ଅଫିସର ତାଙ୍କୁ ଆଣିବା ପାଇଁ ଅରୁଣାଚଳ ପ୍ରଦେଶ ଯାଇଥିବା ଟ୍ୱିଟ୍ କରିଛନ୍ତି ଗଜପତି ଜିଲ୍ଲାପାଳ।

ଗଜପତି ଜିଳ୍ଲା ରାୟଗଡ଼ ବ୍ଲକ ଅବାସିଂ ଗାଁର ଜଗପତି କାର୍ଜି କାମଧନ୍ଧା ପାଇଁ ଗତ ୩୫ ବର୍ଷ ତଳେ ଅରୁଣାଚଳ ପ୍ରଦେଶକୁ ଚାଲିଯାଇଥିଲେ। ସେଠାରେ ଏକ କମ୍ପାନୀରେ ସେ କାମ କରୁଥିଲେ। କିନ୍ତୁ ସମୟକ୍ରମେ ନିଜେ କାଠ କାମ କରି ଚଳୁଥିଲେ। କିନ୍ତୁ ଏବେ ସେ ବୟସ୍କ ହୋଇଯିବା ସହ ଦେହରେ ବଳ କମିବା ପରେ ଆଉ କାମଧନ୍ଧା କରିପାରୁନାହାନ୍ତି ଜଗପତି।

ତେଣୁ ଟଙ୍କା ସରିବା ପରେ ସେ ଏକ ଜଙ୍ଗଲକୁ ଚାଲିଯିବା ସହ ସେଠାରୁ ସଂଗୃହିତ ଫଳମୂଳ ଖାଇ ବଞ୍ଚୁଥିଲେ। ଏହାର ଏକ ଭିଡ଼ିଓ ସାମ୍ନାକୁ ଆସିବା ପରେ ଏବଂ କିଛି ଲୋକଙ୍କ ଉଦ୍ୟମ ଫଳରେ ଜିଲ୍ଲା ପ୍ରଶାସନ ତାଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ କରିଛି।

ଗଜପତିର ତତ୍କାଳୀନ ଏସ୍.ପି ସାରା ଶର୍ମା ମଧ୍ୟ ତାଙ୍କୁ ଫେରାଇ ଆଣିବାର ସୂତ୍ରଧର ସାଜିଛନ୍ତି। ବର୍ତ୍ତମାନ ଜଙ୍ଗଲରୁ ଉଦ୍ଧାର କରି ଜଗପତିଙ୍କୁ ଅନ୍ୟତ୍ର ରଖାଯାଇଛି।

ଆହୁରି ପଢ଼ନ୍ତୁ

You might also like