ସପ୍ତାହକୁ ଦିନଟିଏ ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ: ସପ୍ତାହକୁ ଗୋଟିଏ ଦିନ ଶ୍ରୀମନ୍ଦିର ବନ୍ଦ ରହିବ। ବନ୍ଦ ଦିନ ପୁରା ଶ୍ରୀମନ୍ଦିର ସାନିଟାଇଜ କରାଯିଵ। ରବିବାର ବନ୍ଦ ରହିବା ପାଇଁ ଛତିଶା ନିଯୋଗରେ ପ୍ରସ୍ତାବ ହୋଇଥିବାବେଳେ ଅପେକ୍ଷା ପ୍ରଶାସନିକ ନିଷ୍ପତ୍ତିକୁ ବୋଲି ଜିଲ୍ଲାପାଳ କହିବା ସହ କୋଭିଡ ସଂକ୍ରମଣ ବଢିବାରେ ଲାଗିଥିବାରୁ ମାସ୍କ ଏବଂ ସାନିଟାଇଜ ବାଧ୍ୟତାମୂଳକ କରାଯାଇଛି।

ରଥନିର୍ମାଣ ଆଗକୁ ଥିବାରୁ ସମସ୍ତ ଭୋଇ ଓ ମହାରଣାମାନଙ୍କୁ ଟୀକା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି। ସେପଟେ ୪୫ବର୍ଷରୁ ଉର୍ଦ୍ଧ୍ୱ ସେବାୟତଙ୍କ ସହ ତାଙ୍କ ପରିବାର ମହିଳାମାନଙ୍କର ଆଜିଠାରୁ ଟୀକାକରଣ ଆରମ୍ଭ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନର ସମସ୍ତ କର୍ମଚାରୀଙ୍କ ଟୀକା ପ୍ରଦାନ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ। ଅନ୍ୟପଟେ ଆଜିର ବାସ୍ତବଚିତ୍ର ପୁରାପୁରି ଭିନ୍ନ ଭେଳା ଭେଳା ହେଉଛନ୍ତି ଭକ୍ତ। କାହାମୁହଁରେ ମାସ୍କ ତ କାହା ମୁହଁରେ ନାହିଁ।

ମାର୍ଚ୍ଚ ୨୦ତାରିଖ କରୋନା ପ୍ରଭାବରେ ଥର ହର ହୋଇଥିଲା ଶ୍ରୀଜଗନ୍ନାଥଙ୍କ କ୍ଷେତ୍ର ଶ୍ରୀକ୍ଷେତ୍ର। ଭକ୍ତଙ୍କ ପାଇଁ ବନ୍ଦ ହୋଇଯାଇଥିଲା ଶ୍ରୀମନ୍ଦିର। ପ୍ରାୟ ୯ମାସ ପରେ ଡିସେମ୍ବରରେ ଖୋଲିଲା ଶ୍ରୀମନ୍ଦିର। ତାପରେ ହଜାର ହଜାର ସଂଖ୍ୟାରେ ଭକ୍ତ ଶ୍ରୀମନ୍ଦିରକୁ ଛୁଟିଛନ୍ତି ମହାପ୍ରଭୁଙ୍କ ଦର୍ଶନ ପାଇଁ।ଖୋଲାମେଲା ହୋଇଯାଇଥିଲା କଟକଣା କିନ୍ତୁ ଏବେ ପୁନର୍ବାର କୋଭିଡ ସଂକ୍ରମଣ ବ୍ୟାପିବାରେ ଲାଗିବାପରେ ପୁଣି ଆରମ୍ଭ ହୋଇଛି କଟକଣା।

ଡ଼ିସେମ୍ୱର ୨୩ ରୁ ୨୫ ଓ ପ୍ରଥମେ ସେବାୟତ ପରିବାର ସଦସ୍ୟ ଓ ଜାନୁଆରୀ ୩ ରୁ କୋଭିଡ଼ ନେଗେଟିଭ ସାର୍ଟିଫିକେଟ ଦେଖାଇ ସର୍ବସାଧାରଣ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଅନୁମତି ଦେଇଥିଲା। ପୁଣି ପୁର୍ନବିଚାର କରାଯାଇ ଏହାକୁ କେବଳ ମାସ୍କ ବ୍ୟବହାର, ହାତ ସାନିଟାଇଜ, ସମାଜିକ ଦୂରତ୍ୱକୁ କଡ଼ାକଡ଼ି କରାଯାଇ ମନ୍ଦିର ପ୍ରବେଶ ଅନୁମତି ମିଳିଥିଲା। ଦେଶର  କୋଣ ଅନୁକୋଣୁ ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରି ଅତ୍ୟନ୍ତ ଆନନ୍ଦ ଅନୁଭବ କରିଥିଲେ।

କିନ୍ତୁ ଏବେ କରୋନାର ଦ୍ୱିତୀୟ ଲହର ନେଇ ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ପୁଣି ବିଭିନ୍ନ କଟକଣା ଲାଗୁ କରାଯାଇଛି। କାରଣ କରୋନା ଯୋଗୁଁ ରଥ ନିର୍ମାଣ ଅନୁକୂଳ, ଚନ୍ଦନଯାତ୍ରା, ରଥଯାତ୍ରା, ନାଗାର୍ଜୁନ ବେଶ ଆଦି ଦେଖିପାରିନଥିଲେ ଭକ୍ତ। କୋଭିଡ଼ ମହାମାରୀ ଯୋଗୁ ଶ୍ରୀମନ୍ଦିରର ଏକାଧିକ  ସେବାୟତ ପ୍ରାଣ ହରାଇଥିବା ବେଳେ ପ୍ରାୟ ୫୦୦ ରୁ ଉର୍ଦ୍ଧ ସେବାୟତ ଏହି ମହାମାରୀର ଶୀକାର ହୋଇଥିଲେ।  ଶ୍ରୀମନ୍ଦିର ଇତିହାସରେ ତାହା ଏକ କଳଙ୍କିତ ଅଧ୍ୟାୟ ଥିଲା ବୋଲି ସେବାୟତ ମାନେ କହିଥିବା ସେପଟେ ଆଜି ଅବସ୍ତାକୁ ନେଇ ଭକ୍ତ ମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ସମସ୍ତ କଟକଣା ମାନିବା ଆବଶ୍ୟକ ଵୋଲି କହିଛନ୍ତି।

You might also like