ରୂପା କବାଟରେ ଝଲସିବ ଶ୍ରୀମନ୍ଦିର

ପୁରୀ: ରୂପାରେ ଆଛାଦିତ ହେବ ଶ୍ରୀମନ୍ଦିରର ୮ଟି ଦ୍ୱାର । ଏଥିଲାଗି ବିନିଯୋଗ ହେବ ଅଢ଼େଇ ଟନ୍ ରୁପା । ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧକ୍ଷତାରେ ଆଜି ଅପରାହ୍ଣରେ ବସିବ ସ୍ୱତନ୍ତ୍ର ବୈଠକ।

ଛତିଶାନିଯୋଗ ନାୟକ, ପରିଚାଳନା କମିଟି ସଦସ୍ୟ, ପୂଜାପଣ୍ଡା ନିଯୋଗ, ପ୍ରତିହାରୀ ନିଯୋଗ ସହ ଆଲୋଚନା କରାଯିବ। ପୂର୍ବରୁ ୩ଟି ଦ୍ୱାର ରୁପା ଛାଉଣୀ ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଏବେ ଆଉ ୫ଟି ଦ୍ୱାରକୁ ରୂପାରେ ଛାଉଣୀ କରାଯିବା ପାଇଁ ନିଷ୍ପତ୍ତି ହୋଇଛି।

ଜୟବିଜୟ ଦ୍ୱାର, କଳାହାଟ ଦ୍ୱାର ଏବଂ ବେହରଣ ଦ୍ୱାର ସହ ମହାଲକ୍ଷ୍ମୀଙ୍କ ଗର୍ଭଦ୍ୱାର, ବିମଳା, ସାତପାହାଚ, ନୃସିଂହ ଏବଂ ପଶ୍ଚିମ ଭୋଗମଣ୍ଡପ ଦ୍ୱାର ରୁପାରେ ଛାଉଣୀ ହେବ। ଏଥିଲାଗି ଜୋରସୋରରେ ଆରମ୍ଭ ହୋଇଛି ପ୍ରସ୍ତୁତି।

ଆଜି ବୈଠକରେ ଦ୍ୱାରର ଡିଜାଇନ ଉପରେ ଆଲୋଚନା କରାଯିବ । ପୂର୍ବରୁ ୩ଟି ଦ୍ୱାର ରୂପା ଛାଉଣୀ କରାଯାଇ ସାରିଛି। ଅନ୍ୟ ୫ଟି ଦ୍ୱାରର ଡିଜାଇନ ଯେପରି ପୂର୍ବ ଦ୍ୱାରର ଅନୁରୂପ ହୋଇପାରିବ ସେ ଉପରେ ବୈଠକରେ ଆଲୋଚନା କରାଯିବ।

ଆହୁରି ପଢ଼ନ୍ତୁ

୩ ଘଣ୍ଟା ବିଳମ୍ବରେ ଆରମ୍ଭ ହେଲା ନାଗାର୍ଜୁନ ବେଶ

ନାଗାର୍ଜୁନ ବେଶ: ଦ୍ୱାର ଫିଟିଲା, ଦର୍ଶନ ଦେଲେ ପତିତ ଉଦ୍ଧାରକ ପତିତପାବନ

ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଛରେ ରହିଛି ଏମିତି ରହସ୍ୟ

ଶ୍ରୀମନ୍ଦିରରେ ବିରଳ ଇତିହାସ ହୋଇ ରହିଯିବ ଏଥରର ଦୁର୍ଲଭ ନାଗାର୍ଜୁନ ବେଶ

‘କୁବେର ବାବୁ’ଙ୍କ ପୁଅକୁ ଧରିଲା ଭିଜିଲାନ୍ସ ଟିମ୍‌

ନୂଆ ନୁହେଁ ବିବାଦ, ପ୍ରସଙ୍ଗରୁ ବାହାରି ଆସିବାରେ ଅରୁଣ ସଫଳ !

ଅଫିସର୍‌ ନୁହଁନ୍ତି ତ ସାକ୍ଷାତ କୁବେର !

ନାଗାର୍ଜୁନ ବେଶ ଲାଗି ପୁରୀରେ ୧୪୪ ଧାରା ଜାରି

ପରୀ ହତ୍ୟା ଘଟଣା: ଅରୁଣ ସାହୁ କହିଲେ, ମୁଁ ହିଂସାରେ ବିଶ୍ୱାସ କରେନି

ପରୀ ହତ୍ୟା ମାମଲାରେ ମୁହଁ ଖୋଲିଲେ ମନ୍ତ୍ରୀ ଅରୁଣ ସାହୁ

‘ଅରୁଣ ସାହୁଙ୍କୁ ବହିଷ୍କାର କରା ନ ଗଲେ ଗୃହ ଚଳାଇ ଦେବୁନି’

ସମ୍ପନ୍ନ ହେଲା କାଳିଆର ଶେଷକୃତ୍ୟ

You might also like