ମନ୍ତ୍ରୀ ଓ ସରକାରୀ ବାବୁଙ୍କ କୁଶପୁତ୍ତଳିକାରେ ଲଗାଇଲେ ନିଆଁ
ପୁରୀ: ୟେସ ବ୍ୟାଙ୍କରେ ଶ୍ରୀଜଗନ୍ନାଥଙ୍କ ଟଙ୍କା ରଖିବାକୁ ନେଇ ରାଜନୀତି ସରଗରମ ହୋଇଥିବାବେଳେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି।
ୟେସ ବ୍ୟାଙ୍କରେ ଶ୍ରୀମନ୍ଦିର ଅର୍ଥ ରଖିବାକୁ ବିରୋଧ କରି ଜଗନ୍ନାଥ ସେନା ପକ୍ଷରୁ ପୁରୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ଏହି ବିକ୍ଷୋଭରେ ଜିଲ୍ଲାପାଳଙ୍କ ସହ ୫ ଜଣଙ୍କ କୁଶପୁତ୍ତଳିକା ଦାହ କରିଛି ଜଗନ୍ନାଥ ସେନା। ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ୱାଲ, ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ବିଜୟ ସାହୁ ଏବଂ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି।
ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଜମା ଟଙ୍କା ଫେରସ୍ତ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି ଜଗନ୍ନାଥ ସେନା।