ଭୁଲ କଲେ ସରକାର, ଭୋଗୁଛନ୍ତି ସାଧାରଣ ଲୋକେ

୯ ବର୍ଷ ହେଲା ଭୋଗୁଛନ୍ତି...

ଖୋର୍ଦ୍ଧା/ପୁରୀ:(ବଳରାମ ଲେଙ୍କା) ସରକାରୀ ବ୍ୟବସ୍ଥାର ତ୍ରୁଟି ଯୋଗୁ ୯ ବର୍ଷ ହେଲା ହନ୍ତସନ୍ତ ହେଉଛନ୍ତି ଲୋକେ। ନିଜ ବାପା ଜେଜେ ଅମଳର ସ୍ଥିତିବାନ ସମ୍ପତ୍ତିର ମାଲିକାନା ହରାଇ ବସିଛନ୍ତି ଖୋର୍ଦ୍ଧା ସହ ପୁରୀ ଜିଲ୍ଲାର ୩୬ଟି ମୌଜାର ଲୋକେ। ୨୦୧୨ରେ ଶହ ଶହ ଲୋକଙ୍କ ସ୍ଥିତିବାନ ସମ୍ପତ୍ତି ଭୁଲବଶତଃ ଜଗନ୍ନାଥ ମହାପ୍ରଭୂଙ୍କ ନାମକୁ ଚାଲିଯାଇଛି। ଆଉ ଗତ ୯ବର୍ଷ ହେଲା କ୍ଷତିଗସ୍ତ ଲୋକେ ସରକାରଙ୍କ ପାଖରେ ଦାବି ରଖିବା ସହ ଆନ୍ଦୋଳନ ମଧ୍ୟ କରିଆସିଛନ୍ତି ସିନା ହେଲେ ଏଯାଁଏ କୌଣସି ସୁଫଳ ମିଳିନି। ଆଉ ଏବେ କିନ୍ତୁ ସମାସ୍ୟାର ସମାଧାନ ହୋଇଯିବ କହି ତାର ଶ୍ରେୟ ନେବାକୁ ଜଟଣୀରେ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି।

ବିଜେପି ନେତା ବିଶ୍ୱରଂଜନ ବଡ ଜେନା କହିଛନ୍ତି ଯେ, ପୂର୍ବରୁ ଏଠାରେ ଜଗନ୍ନାଥ ଜମି ମାମଲା ଥିଲା କିନ୍ତୁ ସଠିକ ଭାବରେ ତାହାକୁ ଉପସ୍ଥାପନ କରାଯାଉନଥିଲା କିନ୍ତୁ ସାଂସଦଙ୍କୁ ଆମେ ମାନେ ସଠିକ ଭାବରେ ଘଟଣା ସମ୍ପର୍କରେ ଜଣାଇଛୁ। ସେପଟେ ବିଜେଡ଼ି ନେତା ସୁଦର୍ଶନ ସୁନ୍ଦରରାୟ କହିଛନ୍ତି ଯେ, ଆମେମାନେ ଜାଣିଥିଲୁ ଯେ, ଏହାର ସମାଧାନ କେବଳ ସରକାର କରିପାରିବେ । ତେଣୁ ଆମେ ସରକାରଙ୍କ ସହ ଏନେଇ ଆଲୋଚନା ମଧ୍ୟ କରିଥିଲୁ। ଏହାର ସମାଧାନ ନିଶ୍ଚୟ ହେବ। ଏହାର ଫାଇଦା ନେବା ଲାଗି କିନ୍ତୁ ବିରୋଧୀ ଚେଷ୍ଟା କରୁଛନ୍ତି। ଆଉ ଏହାର ଯବାବ ରଖିଛନ୍ତି କଂଗ୍ରେସ ନେତା ସୁର ରାଉତ। ସେ କହିଛନ୍ତି ଯେ,ଅଲାଜୁକଙ୍କୁ ଲଜ୍ଜା ନାହିଁ ଯେଉଁମାନେ ଏପରି କହୁଛନ୍ତି। ଏ  ସରକାର କିଛି କରିନାହିଁ ବରଂ ସାଂସଦ ଅପରାଜିତା ଷଡଙ୍ଗୀ ମୋ ସାଙ୍ଗରେ ବୋର୍ଡ ଅଫ୍ ରେଭିନ୍ୟୁୟୁକୁ ଯାଇଥିଲେ, ତେଣୁ ତାଙ୍କର ଦାନ ଅଛି ବୋଲି କହିଛନ୍ତି ସୁର।

ଭୁଲ କଲେ ସରକାର, ଭୋଗୁଛନ୍ତି ସାଧାରଣ ଲୋକେ। ୨୦୧୨ରେ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ୩୬ଟି ମୌଜାର ସ୍ଥିତିବାନ ସମ୍ପତ୍ତି ଭୁଲବଶତଃ ଜଗନ୍ନାଥ ମହାପ୍ରଭୂଙ୍କ ନାମରେ ରେକର୍ଡ ଭୁକ୍ତ ହୋଇଛି। ସେବେଠାରୁ ନିଜ ସମ୍ପତ୍ତି ଉପରୁ ମାଲିକାନା ହରାଇ ବସିଥିବା ଜଟଣୀ ସହ ବିଭିନ୍ନ ଅଞ୍ଚଳର ଶହ ଶହ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଏନେଇ ଜଟଣୀରେ ଏ ଖରାଜାତ ମାହାଲ ରୟତ ସୁରକ୍ଷା କମିଟି ଏବଂ ଆଞ୍ଚଳିକ ଭିଟାମାଟି ସୁରକ୍ଷା ମଞ୍ଚ ଅନେକ ବଡ ବଡ ଆନ୍ଦୋଳନ କରିଛି।

ବିଧାନସଭାରେ ଏ ପ୍ରସଙ୍ଗ ଉଠିଛି, ହେଲେ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ। ନିକଟରେ ଭୁବନେଶ୍ୱର ସାଂସଦ ଏବଂ ଜଟଣୀ ବିଧାୟକ ବୋର୍ଡ ଅଫ ରେଭ୍ୟୁନିୟୁଙ୍କୁ ଦେଖା କରିବା ପରେ ଏ ପ୍ରସଙ୍ଗକୁ ନେଇ ଉଷ୍ମ ହୋଇଛି ରାଜନୈତିକ ପାଣିପାଗ। ଆଉ ସେପଟେ ସାମ୍ବାଦିକ ସମ୍ମିଳନୀ କରି ତିନି ପ୍ରମୁଖ ଦଳ ନିଜ ନିଜ ଗୁଣ ବଖାଣିବା ସହ ସମାସ୍ୟାର ସମାଧାନ ହେବାକୁ ଯାଉଥିବା ଦାବି କରିଛନ୍ତି।

ଜଗନ୍ନାଥ ଜମି ପ୍ରସଙ୍ଗକୁ ନେଇ ଜଟଣୀ ରାଜନୀତି ବେଶ୍ ସରଗରମ ହୋଇଛି। ଶ୍ରେୟ ନେବାକୁ ଚାଲିଛି ଯୋରଦାର ପ୍ରୟାସ।ଏପରିକି ଆକ୍ଷେପ ପ୍ରତିଆକ୍ଷେପ ବ୍ୟକ୍ତିଗତସ୍ତରକୁ ଚାଲିଗଲାଣି। ଏପଟେ ରାଜନୈତିକ ବୟାନବାଜି ଚାଲିଥିବା ବେଳେ ସରକାର କିନ୍ତୁ ଜଗନ୍ନାଥ ଜମି ପ୍ରସଙ୍ଗର ସମାଧାନ ସମ୍ପର୍କରେ କୌଣସି ନିଷ୍ପତ୍ତି ନେଇଥିବା ନେଇ ଘୋଷଣା କରିନାହାନ୍ତି। ଯାହାକୁ ନେଇ କ୍ଷତିଗ୍ରସ୍ତ ପ୍ରଶ୍ନ ଉଠାଇଛନ୍ତି।

You might also like