କୋଭିଡରେ ଆଖି ବୁଜିଲେ ଲୋକପ୍ରିୟ ପ୍ରବଚକ ଚାରଣ ରାମ ଦାସ

ପୁରୀ: କୋଭିଡରେ ଆଖି ବୁଜିଲେ ଲୋକପ୍ରିୟ ପ୍ରବଚକ ଚାରଣ ରାମ ଦାସ ।   ପୁରୀର IDH କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି । କୋଭିଡରେ ଆକ୍ରାନ୍ତ ହୋଇ ସେ ପୁରୀର IDHରେ ଚିକିତ୍ସିତ ହେଉଥିଲେ ।

ଗତକାଲି ରାତି ପ୍ରାୟ ୧୦ଟା ବେଳେ ଶେଷ ୬୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବିଭିନ୍ନ ଦୈବ ତଥା ଭଗବତ କଥା ପ୍ରବଚନ କରି ବେଶ ଲୋକପ୍ରିୟ ହୋଇପାରିଥିଲେ  ଚାରଣ ରାମଦାସ । ବିଶେଷ ଭାବେ ଜଗନ୍ନାଥ ସଂସ୍କୃତି ଓ ଶ୍ରୀଜଗନ୍ନାଥଙ୍କ ମହିମା କଥା ସେ ପ୍ରବଚନ ମାଧ୍ୟମରେ ଲୋକଙ୍କୁ ପରିବେଷଣ କରୁଥିଲେ ।

ତାଙ୍କ ପ୍ରବଚନ ଶୈଳୀ ଅନ୍ୟଙ୍କଠୁ ଭିନ୍ନ ଥିଲା,  ଯାହା ତାଙ୍କୁ ଓଡ଼ିଶାର ଘରେ ଘରେ ପରିଚିତ କରିଥିଲା ।
ତାଙ୍କର ବିୟୋଗ ଜଗନ୍ନାଥ ପ୍ରେମୀଙ୍କୁ ଶକ୍ତ ଆଘାତ ଦେଇଛି

You might also like