• translate
Prangyan Parimita

ଜଗନ୍ନାଥ ବନ ପ୍ରକଳ୍ପ ଫେଲ୍ ମାରିଥିବା ସେବାୟତଙ୍କ ଅଭିଯୋଗ

ନୟାଗଡ଼ରେ କାଠ ଅଭାବ କଥାକୁ ସ୍ୱୀକାର କଲେ ନୀତି ପ୍ରଶାସକ

ପୁରୀ(ମଧୁସୂଦନ ମିଶ୍ର) : ରଥ ନିର୍ମାଣ ପାଇଁ କାଠକୁ ନେଇ ଆଶା ଆଶଙ୍କା । ନୟାଗଡ଼ ବନଖଣ୍ଡ ବଦଳରେ ବୌଦ୍ଧରୁ ଅଧିକ ମାତ୍ରାରେ ଆସୁଛି ରଥ କାଠ, ଯାହା ନୟାଗଡ଼ରେ ରଥକାଠ ଅଭାବ କଥାକୁ ସ୍ପଷ୍ଟ ପ୍ରମାଣିତ କରୁଛି । ସେବାୟତଙ୍କ ଅଭିଯୋଗ, ଫେଲ୍ ମାରିଛି ଜଗନ୍ନାଥ ବନ ପ୍ରକଳ୍ପ । ସେପଟେ ଅଭିଯୋଗକୁ ସିଧାସଳଖ ନହେଲେ ବି ପରୋକ୍ଷରେ ସ୍ୱୀକାର କରିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ ।

ଦଶପଲ୍ଲା, ଖଣ୍ଡପଡା ମହାନଦୀ ଅବବାହିକା ପୁଣି ଖୋର୍ଦ୍ଧା ବନଖଣ୍ଡରେ କରାଯାଇଥିବା ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ ଫେଲ ମାରିଥିବା ଅଭିଯୋଗ କରିଛନ୍ତି ସେବାୟତ ।  ବ୍ରହ୍ମାଣ୍ଡକର୍ତ୍ତାଙ୍କ ତିନି ରଥ ନିର୍ମାଣ ପାଇଁ ଆବଶ୍ୟକ କାଠ ଯୋଗାଇ ପାରୁନି ଏହି ପ୍ରକଳ୍ପ । ଫଳରେ ବୌଦ୍ଧରୁ ପର୍ଯ୍ୟାପ୍ତ ପରିମାଣରେ ଆସୁଛି କାଠ । ଚଳିତ ବର୍ଷ ଆସିବାକୁ ଥିବା ମୋଟ ୭୯୬ ଖଣ୍ଡ କାଠରୁ ୬୦୧ ଖଣ୍ଡ କାଠ ବୌଦ୍ଧ ରୁ ଆସୁଛି । ୨୦୦୦ ମସିହାରେ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପରେ୪ ଲକ୍ଷ ୫୦ ହଜାର ଫାସି, ଅସନ, ଧଉରା, ସିମିଳି ଆଦି ଗଛ ଲାଗିଥିଲା କିନ୍ତୁ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଗଛ ଠିକ୍ ଭାବେ ହୋଇନାହିଁ ।

ପରମ୍ପରା ଅନୁସାରେ, ନୟାଗଡ଼ ବନଖଣ୍ଡ ବଡ ରାଉଳ ଠାକୁରାଣୀଙ୍କ ନିକଟରେ ରଥକାଠ ପାଇଁ ପୂଜାର୍ଚ୍ଚନା କରାଗଲା । ସରସ୍ୱତୀ ପୂଜା ପୂର୍ବରୁ ୪୯ଖଣ୍ଡ କାଠ ଆସିଲା । ପ୍ରଥମ ପର୍ଯ୍ୟେୟରେ ନୟାଗଡ ବନଖଣ୍ତରୁ ୪୯ ଖଣ୍ତ କାଠ ଆସି ପୁରୀରେ ପହଞ୍ଚିଲା। ଅପେକ୍ଷା କରାଗଲା, ଦ୍ୱିତୀୟ ପର୍ଯ୍ୟାୟରେ ବି ନୟାଗଡ଼ ରୁ କାଠ ଆସିବ । କିନ୍ତୁ ମାର୍ଚ୍ଚ ୧ ତାରିଖରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ଏକ ଟିମ୍ ମାଳ, ମାହାର୍ଦ, ନଡିଆ, ନୈବେଦ୍ୟ ନେଇ ବୌଦ୍ଧ ବନଖଣ୍ଡକୁ ବାହାରିଥିଲେ। ସେଠାରେ ବନଦୁର୍ଗାଙ୍କୁ ପୂଜାର୍ଚ୍ଚନା ପରେ ବୌଦ୍ଧରେ ରଥକାଠ ସଂଗ୍ରହ ଆରମ୍ଭ ହୋଇଛି । ତେଣୁ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ ଫେଲ ମାରିଛି ବୋଲି ସେମାୟତମାନେ ଯେଉଁ ଅଭିଯୋଗ ଆଣିଛନ୍ତି। ଆଉ ଏକଥାକୁ ସ୍ୱୀକାର କରିଛନ୍ତି ନୀତି ପ୍ରଶାସକ ।

ରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ତ କାଠର ଆବଶ୍ୟକତା ରହିଥିବା ବେଳେ ଗତବର୍ଷର ୬୯ ଖଣ୍ଡ ବଳକା ଥିଲା । ବାକି ୭୯୬ କାଠରୁ ୬୦୧ ଖଣ୍ଡ ବୌଦ୍ଧରୁ ଆସିବା ପାଇଁ ସ୍ଥିର ହୋଇଛି, ସେପଟେ  ମାତ୍ର ୧୯୫ ଖଣ୍ଡ କାଠ ଯୋଗାଇବ ନୟାଗଡ ବନଖଣ୍ଡ ।

 

Other Stories